ବିଦେଶ ମନ୍ତ୍ରୀ ଛଅ ଦିନିଆ ସାଇପ୍ରସ ଏବଂ ଅଷ୍ଟ୍ରିୟାର ସରକାରୀ ଯାତ୍ରାରେ ଯିବେ
ନୂଆଦିଲ୍ଲୀ : ବିଦେଶ ମନ୍ତ୍ରୀ ଡା. ଏସ୍. ଜୟଶଙ୍କର ୨୯ ଡିସେମ୍ବରରୁ ୦୩ ଜାନୁଆରୀ ପର୍ଯ୍ୟନ୍ତ ସାଇପ୍ରସ ଏବଂ ଅଷ୍ଟ୍ରିୟାର ସରକାରୀ ଯାତ୍ରା କରିବେ । ବିଦେଶ ମନ୍ତ୍ରୀ ୨୯-୩୧ ଡିସେମ୍ବର ପର୍ଯ୍ୟନ୍ତ ସାଇପ୍ରସରେ ରହିବେ । ଏ ବର୍ଷ ଭାରତ ଏବଂ ସାଇପ୍ରସ ମଧ୍ୟରେ କୂଟନୈତିକ ସମ୍ପର୍କର ୬୦ ବର୍ଷ ପୂର୍ଣ୍ଣ ହେଉଛି । ନିଜ ଯାତ୍ରା ସମୟରେ ବିଦେଶ ମନ୍ତ୍ରୀ ନିଜ ସାଇପ୍ରସ ସମକକ୍ଷ ଇୟୋନିସ କସୌଲିଡେସ ଏବଂ ପ୍ରତିନିଧି ସଭାର ଅଧ୍ୟକ୍ଷ ଅନ୍ନିତା ଡେମେଟ୍ରିୟୋ ସାକ୍ଷାତ କରିବେ । ବିଦେଶ ମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ସହିତ କଥାବାର୍ତା ବ୍ୟତୀତ ଆର୍ଓସିର ବ୍ୟାପାର ଏବଂ ନିବେସ ସମୁଦାୟକୁ ସମ୍ବୋଧିତ କରିବେ I
