ପ୍ରଥମ ଟେଷ୍ଟ : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଜି କାନପୁରର ଗ୍ରିନ୍ ପାର୍କ ଷ୍ଟାଡିୟମ୍ରେ ଭାରତ ଏବଂ ନିଉଜିଲାଣ୍ଡ୍ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍ ମ୍ୟାଚରେ ଟସ୍ ଜିତିଛି ଭାରତ । ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ଫଳରେ ପ୍ରଥମେ ବ୍ୟାଚିଂ କରିବ ରାହାଣେ ବାହିନୀ । ଗ୍ରୀନ୍ ପାର୍କ ପିଚ୍ ସ୍ପିନରଙ୍କୁ ସହାୟତା କରିଆସିଛି । ଶେଷ ଥର ପାଇଁ ୨୦୧୬ରେ ଭାରତ ଓ ନ୍ୟୁଜିଲାଣ୍ଡ ଏହି ଗ୍ରାଉଣ୍ଡରେ ଏକ ଟେଷ୍ଟ ଖେଳିଥିଲେ । ଅଶ୍ୱିନ ଓ ଜାଡେଜା ଏହି ଟେଷ୍ଟରେ ୧୬ଟି ୱିକେଟ୍ ନେଇଥିଲେ ।
ଗୁରୁବାର ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୨ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଗତ ଟେଷ୍ଟ ଚାମ୍ପିଅନ୍ସିପ୍ ଚକ୍ରର ସମସ୍ତ ପରାଜୟର ପ୍ରତିଶୋଧ ନେବାକୁ ଭାରତ ଯୋଜନା କରିଛି । ଅନ୍ୟ ପଟରେ କ୍ଳାନ୍ତ ଓ ଆହତ ଜର୍ଜରିତ ନ୍ୟୁଜିଲାଣ୍ଡ ଚମତ୍କାର ଲକ୍ଷ୍ୟରେ ରହିଛି। ପ୍ରଥମ ସଂସ୍କରଣରେ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା ନ୍ୟୁଜିଲାଣ୍ଡ ସବୁ ଜଳବାୟୁରେ ଶ୍ରେଷ୍ଠ ପ୍ରଦର୍ଶନ କରିବାର କ୍ଷମତା ରଖିଥିବା ପ୍ରମାଣ କରିବ । ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ ଅନେକ ଷ୍ଟାର୍ ଖେଳାଳି ନାହାନ୍ତି । ଅଧିନାୟକ କେନ ୱିଲିୟମସନ ସମ୍ପୂର୍ଣ୍ଣ ଫିଟ୍ ହୋଇ ନାହାନ୍ତି । ତାଙ୍କ କହୁଣୀରେ ଯନ୍ତ୍ରଣା ରହିଛି । ଡେଭନ କନୱେ ଆହତ ହୋଇ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି । ଟ୍ରେଣ୍ଟ ବୋଲ୍ଟ ଓ କଲିନ ଡି ଗ୍ରାଣ୍ଡହୋମ୍ ଭଳି ଖେଳାଳି ସ୍ୱଦେଶ ଫେରିଯାଇଛନ୍ତି । ତଥାପି ନ୍ୟୁଜିଲାଣ୍ଡ ଟେଷ୍ଟ ଦଳରେ ସନ୍ତୁଳନ ରହିଛି । ଟମ ଲାଥମ, ରସ ଟେଲର, ହେନରୀ ନିକୋଲ୍ସ, କେଲି ଜାମିସନ, ଟିମ୍ ସାଉଦି, ନିଲ ୱାଗନରଙ୍କ ଭଳି ଅଭିଜ୍ଞ ଟେଷ୍ଟ ଖେଳାଳି ରହିଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ସାଉଦି ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଖେଳିଛନ୍ତି । ଅନ୍ୟ ସମସ୍ତ ଖେଳାଳି ଯଥେଷ୍ଟ ବିଶ୍ରାମ ପାଇ ସାରିଛନ୍ତି ।
ଭାରତୀୟ ଏକାଦଶ : ଶୁବ୍ମନ୍ ଗିଲ୍, ମୈନାକ ଅଗ୍ରୱାଲ୍, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଶେୟସ ଆୟର୍, ଋଦ୍ଧିମାନ ଶ’ (ୱିକେଟ୍ରକ୍ଷକ), ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ରବିଚନ୍ଦ୍ରନ ଅଶ୍ବିନ, ଈଶାନ୍ତ ଶର୍ମା ଏବଂ ଉମେଶ ଯାଦବ।
ନ୍ୟୁଜିଲାଣ୍ଡ ଏକାଦଶ : ଟମ୍ ଲାଥମ୍, ୱିଲ୍ ୟଙ୍ଗ୍, କେନ୍ ୱିଲିୟମ୍ସନ୍ (ଅଧିନାୟକ), ରସ୍ ଟେଲର୍, ହେନ୍ରି ନିକଲସ୍, ଟମ୍ ବ୍ଲଣ୍ଡେଲ୍ (ୱିକେଟ୍ରକ୍ଷକ), ରଚିନ ରବୀନ୍ଦ୍ର, ଟିମ୍ ସାଉଥି, ଅଜାଜ୍ ପଟେଲ୍, କାଇଲ୍ ଜେମିସନ୍ ଏବଂ ୱିଲିୟମ୍ ସୋମେର୍ଭାଇଲ୍।
