ସୁନ୍ଦରଗଡରେ ଭୟ ବଢାଉଛି ସ୍କ୍ରବ୍ ଟାଇଫସ୍ : ଆଉ ୫ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୧୧ ଛୁଇଁଲା
ଭୁବନେଶ୍ୱର : ସୁନ୍ଦରଗଡରେ ଭୟ ବଢାଉଛି ସ୍କ୍ରବ୍ ଟାଇଫସ୍ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଉ ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛି। ଗତ ରବିବାର ୧୧, ସୋମବାର ୩ ଚିହ୍ନଟ ହୋଇଥିଲେ। ଠିକ୍ ସେହିପରି ମଙ୍ଗଳବାର ବି ୧୦ ଓ ବୁଧବାର ୭ ଓ ଗୁରୁବାର ୬ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଫଳରେ ଜିଲାରେ ମୋଟ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି ହୋଇଛି ।
ଜିଲାରେ ୪୨ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମେଡିକାଲ ଓ ଜିଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଜିଲା ମୁଖ୍ୟ ଚକିତ୍ସା ଅଧିକାରୀ ଡା. କାହ୍ନୁଚରଣ ନାୟକ ।
ଜିଲାରେ ଦେଖା ଦେଇଥିବା ସ୍କ୍ରବ୍ ଟାଇଫସ ଥମିବା ବଦଳରେ ମାଡ଼ି ଚାଲିଛି । ଏଥିରେ ସଂକ୍ରମିତଙ୍କ ସଂଖ୍ୟା ୨୦୦ ଟିପିଥିବା ବେଳେ ଗତ ୪ ଦିନରେ ଚିହ୍ନଟ ହୋଇଛନ୍ତି ୨୫ ଆକ୍ରାନ୍ତ ହୋଇଥିବା ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରୁ ସୂଚନା ଦିଆଯାଇଛି । ଫଳରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି । ମାତ୍ର ଏଥିରେ ଆତଙ୍କିତ ନହେବା ଲାଗି ଲୋକଙ୍କୁ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଗତ ଜାନୁଆରୀ ୧ ତାରିଖରୁ ଏହି ରୋଗର ଲକ୍ଷଣ ଦେଖା ଦେବା ପରେ ଡାକ୍ତରମାନେ ରକ୍ତ ନମୁନା ପରୀକ୍ଷା କରାଇବା ଲାଗି ପରାମର୍ଶ ଦେଇଥିଲେ ।
