ପ୍ରସ୍ତୁତିପଥେ ପ୍ରସିଦ୍ଧ ଭଂଜପୁର ଜଗଦ୍ଧାତ୍ରୀ ମେଳା ୨ବର୍ଷ ପରେ ମେଳା ହେଉଥିବାରୁ ବ୍ୟାପକ ଆୟୋଜକ ମହଲରେ ଉତ୍ସାହ
ବାରିପଦା : ଉତର ଓଡିଶାର ପ୍ରସିଦ୍ଧ ଭଂଜପୁର ଜଗଦ୍ଧାତ୍ରୀ ମେଳା ଚଳିତ ବର୍ଷ ନଭେମ୍ବର ୬ ତାରିଖରୁ ଆରମ୍ଭ ହେବ ବୋଲି ମେଳା ଅଧ୍ୟକ୍ଷ, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି ଜଣାଇଛନ୍ତି ଓ ମା ଜଗଦ୍ଧାତ୍ରୀଙ୍କ ୭୦ ତମ ବାର୍ଷିକ ପୂଜା ଅବସରରେ ଆୟୋଜିତ ମେଳାରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଇଛୁକ ସାଂସ୍କୃତିକ ଦଳ ମାନେ କୁମାର୍ସ କ୍ଲବ, ଭଂଜପୁର ଠାରେ ଥିବା ମେଳା ଅଫିସରୁ ଫର୍ମ ଗ୍ରହଣ କରି ନଭେମ୍ବର ୧ ତାରିଖ ସୁଦ୍ଧା ଦାଖଲ କରିପାରିବେ ଓ ରେକର୍ଡ ଡ୍ୟାନ୍ସରେ ଅଂଶ ଗ୍ରହଣ କରିବା ପାଇଁ ନିର୍ଦ୍ଧିଷ୍ଟ ଫର୍ମ ସଂଗ୍ରହ କରି ଚଳିତ ମାସ ୨୬ତାରିଖ ସୁଦ୍ଧା ଦାଖଲ କରିବାକୁ ଅନୁରୋଧ ଓ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଗୀତ, ଚିତ୍ରାଙ୍କନ, ବକ୍ତୃତା ଓ କୁଇଜ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ନଭେମ୍ବର ୧ ତାରିଖ ସୁଦ୍ଧା ନିଜ ନିଜ ଅନୁଷ୍ଠାନ ଜରିଆରେ ନାମ ପଂଜିକରଣ କରିପାରିବେ ଓ ରେକର୍ଡ ଡ୍ୟାନ୍ସର ଅଡିସନ ଚଳିତ ମାସ ୨୯ ଓ ୩୦ ତାରିଖରେ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ନଭେମ୍ବର ୩ରୁ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ମେଳା କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ, ବାରିପଦା ନଗରପାଳ କୃଷ୍ଣନନ୍ଦ ମହାନ୍ତି ଜଣାଇଛନ୍ତି ଓ କୃତୀ ପ୍ରତିଯୋଗୀ ମାନଙ୍କୁ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ ଓ ପାରମ୍ପରିକ ରୀତିରେ ନଭେମ୍ବର ୨ ତାରିଖ ଦିନ ମା ଜଗଦ୍ଧାତ୍ରୀଙ୍କ ପୂଜା ଅନୁଷ୍ଠିତ ହେବ ବୋଲି ପୂଜା କମିଟିର ଅଧ୍ୟକ୍ଷ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି ଏବଂ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ ଜଣାଇଛନ୍ତି I
