ଶିମିଳିପାଳ ଅଭୟାରଣ୍ୟରୁ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ
ବାରିପଦା : ଶିମିଳିପାଳ ଅଭୟାରଣ୍ୟରୁ ଦୁର୍ଦ୍ଦାନ୍ତ ଶିକାରୀ ଗିରଫ। ଶିମିଳିପାଳ ଅଭୟାରଣ୍ୟ ଜେନା ବିଲ ରେଞ୍ଜ ଚୌଧୁରୀଗଡ଼ ବିଟ ଅନ୍ତର୍ଗତ ଅନନ୍ତପୁର ଜଙ୍ଗଲରେ ଶିକାରୀ ବାଇଗ ହୋକୁ ବନବିଭାଗ କର୍ମଚାରୀ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଗିରଫ କରିଛନ୍ତି । ତାଙ୍କଠାରୁ ୪ଟି ରଙ୍ଗର ବାରୁଦ ଏବଂ ୧୨୯୯ ଟି ଦେଶୀ ଗୁଳି ସହ ବନ୍ଧୁକ ଜବତ କରାଯାଇଛି ।
ଶିକାରୀ ବାଇଗ ସହ ଅନ୍ୟ ଶିକାରୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ସମୟରେ ବେଳେ ବନକର୍ମଚାରୀ ମାନେ ତାଙ୍କୁ ମାଡି ବସିଥିଲେ । ବାଇଗ ହୋ କୁ କାବୁ କରିଥିବା ବେଳେ ଅନ୍ୟ ଶିକାରୀ କୌଶଳ କ୍ରମେ ଚକମା ଦେଇ ଚମ୍ପଟ ମାରିଥିଲେ । ବାଇଗକୁ ଉଦଳା ଏସଡିଜିଏମ କୋର୍ଟରେ ହାଜର କରାଯାଇଛି । ପଚର ଉଚରା ବେଳେ ଶିକାର ଏବଂ ବନ୍ଧୁକ ସମ୍ବର୍ଦ୍ଧିତ ଅନେକ ତଥ୍ୟ ବନବିଭାଗକୁ ମିଳିଛି ।
