ଆନ୍ଧ୍ରରେ ଦାଦନ ଖଟିବାକୁ ଯାଇଥିବା ୨ ଯୁବକ ନିଖୋଜ ଉଦ୍ଧାର ପାଇଁ ପରିବାର ଲୋକଙ୍କ ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରରେ ଦାଦନ ଖଟିବାକୁ ଯାଇଥିବା ୨ ଯୁବକ ନିଖୋଜ ଉଦ୍ଧାର ପାଇଁ ପରିବାର ଲୋକଙ୍କ ଜିଲ୍ଲାପାଳଙ୍କୁ ଆକୁଳ ନିବେଦନକେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବଡ଼ପାଳ ଗ୍ରାମର ତିନିଜଣ ଯୁବକ ଆନ୍ଧ୍ରପ୍ରଦେଶକୁ ଶ୍ରମିକ ଭାବେ କାମ କରିବା ପାଇଁ ଯାଇଥିଲେ । ସେଠାରେ ଅକଥନୀୟ ନିର୍ଯାତନା ଓ ମାଡ଼ଗାଳି ଖାଇବା ଫଳରେ ଏହି ଯୁବକମାନଙ୍କ ମଧ୍ୟରୁ ବଂଟି ମଳିକ ଦଲାଲ କବଳରୁ ଖସି ଆସି ତାଙ୍କ ଗ୍ରାମରେ ପହଂଚି ସେଠାକାର ଅତ୍ୟାଚାର ସମ୍ପର୍କରେ ପ୍ରକାଶ କରିଥିଲା । ଦଲାଲଙ୍କ କବ୍ଜାରେ ଥିବା ସୈାମ୍ୟରଞ୍ଜନ ମଲିକ ଓ ତୋଫାନ ମଲିକଙ୍କୁ ମାଡ଼ ମାରିବା ସହିତ ଖାଇବାକୁ ନଦେବା ଆଦି ନିର୍ଯାତନା ଦେଉଛନ୍ତି । ପାରିଶ୍ରମିକ ମାଗିଲେ ଦଲାଲ ଜଣକ ତାଙ୍କୁ ମାରିଦେବାକୁ ଧମକ ଦେଉଛି । ଏହି ଯୁବକମାନଙ୍କୁ ଦଲାଲ ନଜର ବନ୍ଦୀରେ ରଖିଥିବାରୁ ଏମାନେ ସେପ୍ଟେମ୍ବର ମାସରୁ ଗଲେ ମଧ୍ୟ ପରିବାର ସହିତ କୌଣସି ଯୋଗସୂତ୍ର ହୋଇପାରୁ ନାହିଁ । କିମ୍ବା ଟେଲିଫୋନରେ ମଧ୍ୟ କଥାବାର୍ତା ହୋଇପାରୁ ନଥିବାରୁ ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ଏହି ୨ ଯୁବକଙ୍କୁ ଆନ୍ଧ୍ର୍ରରୁ ଉଦ୍ଧାର କରିବା ପାଇଁ ଫକିର ମଲିକ, ମକର ମଲିକ, ସିଦ୍ଧାର୍ଥ ମଲିକଙ୍କ ଶହ ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି ।
