ଡାକ୍ତରଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ
ଝାରସୁଗୁଡ଼ା : ଗତ କାଲିି ଜିଲ୍ଲାପାଳ ସରୋଜ କୁମାର ସାମଲ ଲଇକେରା ଜନ ଶୁଣାଣୀକୁ ଯିବା ସମୟରେ କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ଏହି ସମୟରେ ସେଠାରେ ନିଯୁକ୍ତ ଥିବା ଡାକ୍ତର ବିଶ୍ୱଭୂଷଣ ମଲ୍ଲିକ ଛୁଟି ନ ନେଇ ବିନାନୁମତିରେ ଅନୁପସ୍ଥିତ ଥିବା ଜାଣିବା ପରେ ଜିଲ୍ଲାପାଳ ଦରମା ବନ୍ଦ କରିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ଜିଲ୍ଳାପାଳଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।
