ବେଂଚ ପ୍ରତିଷ୍ଠା ନିଷ୍ପତି ହାଇକୋର୍ଟ ଓ ରାଜ୍ୟ ସରକାରଙ୍କୁ ନେବାର ଅଛି – କେନ୍ଦ୍ର ଆଇନ ମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ପ୍ରସଙ୍ଗରେ ପୁଣି ଥରେ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ । ଭୁବନେଶ୍ୱରରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବେଂଚ ପ୍ରତିଷ୍ଠା ନିଷ୍ପତି ହାଇକୋର୍ଟ ଓ ରାଜ୍ୟ ସରକାରଙ୍କୁ ନେବାର ଅଛି । ଆମକୁ କେବଳ ଆପ୍ରୁଭାଲ ଦେବାର ଅଛି । ଏହି ମାମଲାରେ ଆମେ ସହଯୋଗ ପାଇଁ ପ୍ରସ୍ତୁତ । ହାଇକୋର୍ଟ ସ୍ଥାୟୀ ବେଂଚ ପାଇଁ ଭିତିଭୂମି ପ୍ରସ୍ତୁତି ଦାୟିତ୍ୱ ରାଜ୍ୟର ବୋଲି ସେ କହିଛନ୍ତି ।
