ସାମ୍ବାଦିକଙ୍କ ମାତୃ ବିୟୋଗ, ଶେଷ ଦର୍ଶନ କଲେ ବହୁ ବିଶିଷ୍ଟ ବ୍ୟକ୍ତି
ନୀଳଗିରି : ଦୈନିକ ଖବରକାଗଜ ‘ଧରିତ୍ରୀ’ର ନୀଳଗିରି ପ୍ରତିନିଧି ତଥା ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ବିଶ୍ଵାଳଙ୍କ ମା ପ୍ରମିଳା ଦେବୀଙ୍କ ୫୭ବର୍ଷ ବୟସରେ ପରଲୋକ ହୋଇଛି। ସୂଚନା ଅନୁଯାୟୀ ନୀଳଗିରି ବ୍ଲକ ସଜନାଗଡ ପଞ୍ଚାୟତ ରାଜେନ୍ଦ୍ରପୁର ଗ୍ରାମର ରତ୍ନାକର ବିଶ୍ଵାଳଙ୍କ ସ୍ତ୍ରୀ ତଥା ନୀଳଗିରିର ଯୁବ ସାମ୍ବାଦିକ ପ୍ରଶାନ୍ତ ବିଶ୍ଵାଳଙ୍କ ମା’ ଶୌଚାଳୟରେ ପଡ଼ିଯିବା ଫଳରେ ଅବଚେତନ ଅବସ୍ଥାକୁ ଚାଲିଯାଇ ପରାଲିଶିସ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୧ବର୍ଷରୁ ଉର୍ଦ୍ଧ୍ବ ଚିକିତ୍ସିତ ହେଉଥିଲେ। ଗତ ମଙ୍ଗଳବାର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ପରେ ସେଠାରୁ ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି।

ମୃତ୍ୟୁ ଶଯ୍ୟା ନିକଟରେ ପୁଅ ପ୍ରଶାନ୍ତଙ୍କ ସହିତ ସାନପୁଅ ପ୍ରକାଶ, ଦୁଇଝିଅ, ଜ୍ବାଇଁ ,ନାତି ନାତୁଣୀ, ବନ୍ଧୁ, ପ୍ରିୟଜନ ଉପସ୍ଥିତ ଥିଲେ। ଖବର ପାଇ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏସଡିସି ଚେୟାରମେନ୍ ମଦନ ମୋହନ ମାଝୀ, ନାରୀନେତ୍ରୀ ସୁନିତୀ ସିଂ, ବାଲେଶ୍ୱର ଜିଲ୍ଲା ଯୁବବିଜେଡ଼ି ସଭାପତି ତାପସ ପରିଡା, ବିଜେଡ଼ି ବ୍ଲକ ସଭାପତି ବିଜୟ କୁମାର ଲେଙ୍କା, ବରିଷ୍ଠ ବିଜେଡି ନେତା ଗଙ୍ଗାଧର ମିଶ୍ର,ମା ଭୂଦାରଚଣ୍ଡୀ ମନ୍ଦିରର ପୂଜକ ବିଜୟ କୁମାର ପଣ୍ଡା, ଯୁବନେତା ଉପେନ୍ଦ୍ର ନାୟକ, ସଞ୍ଜୟ ନାୟକ, ଚିତ୍ତରଞ୍ଜନ ବାଗ ସମେତ ନୀଳଗିରିର ବହୁ ସାମ୍ବାଦିକ ରାଜେନ୍ଦ୍ରପୁର ସ୍ଥିତ ବାସଭବନରେ ଶେଷ ଦର୍ଶନ କରିଥିଲେ। ବଡ଼ପୁଅ ପ୍ରଶାନ୍ତ ମୁଖାଗ୍ନି ଦେଇଥିବା ବେଳେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
