ଘର ଭିତରୁ ଶିଶୁ କନ୍ୟା ସହ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ସ୍ଥାନୀୟ ଲକ୍ଷ୍ମୀ ସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳର ଏକ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଗୋଟିଏ ୧୪/୧୫ମାସର ଶିଶୁ କନ୍ୟା ସହ ଦମ୍ପତିଙ୍କ ମୃତଦେହକୁ ଗୁରୁବାର ଲକ୍ଷ୍ମୀସାଗର ପୋଲିସ ଜବତ କରିଛି। ମୃତକ ମହାରାଷ୍ଟ୍ରର ମୂଳ ବାସିନ୍ଦା ହୋଇଥିବା ବେଳେ ତାଙ୍କ ନାମ ତୁଷାର ଜଗପାଟ୍ଟ ଓ ପତ୍ନୀ ନୀଲା ଜଗପାଟ୍ଟ ବୋଲି ଜଣାପଡିଛି।
ମୃତକଙ୍କ ପିତା ତାଙ୍କ ନାମରେ ଥିବା ସମସ୍ତ ସ୍ଥାବର /ଅସ୍ଥାବର ସମ୍ପତିକୁ ତାଙ୍କର ଦ୍ଵିତୀୟ ପତ୍ନୀଙ୍କ ନାମରେ କରିଦେଇ ଥିବାରୁ ହତାଶ ହୋଇ ଦମ୍ପତି ନିଜର ୧୫ମାସର ଶିଶୁ କନ୍ୟାକୁ ପ୍ରଥମେ ହତ୍ୟା କରି ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
