ହାତୀ ଆକ୍ରମଣରେ ଦମ୍ପତି ଗୁରୁତର
ସୁବର୍ଣ୍ଣପୁର : ବିନିକା ରେଞ୍ଜ ଅଧୀନସ୍ଥ ମହାଦେବପାଲି ଗ୍ରାମପଞ୍ଚାୟତ ପାତ୍ରପାଲିରେ ସୋମବାର ବିଳମ୍ବିତ ଏକ ହାତୀ ଆକ୍ରମଣ କରିବାରୁ ଗ୍ରାମର କାର୍ତ୍ତିକ ଦୀପ( ୫୫) ଓ ସ୍ତ୍ରୀ ଫାଳଗୁନୀ ଦୀପ(୪୫) ଗୁରୁତର ହୋଇଛନ୍ତି। ଆମ୍ବୁଲାନସରେ ପ୍ରଥମେ ସେମାନଙ୍କୁ ସୋନପୁର ଡାକ୍ତରଖାନା ଓ ପରେ ବୁର୍ଲା ମେଡିକାଲକୁ ପଠାଯାଇଛି।
ସୂଚନା ଅନୁଯାୟୀ ଉଲୁଣ୍ଡା ଫରେଷ୍ଟ ଏରିଆର ବଡାଳି ଜଙ୍ଗଲରୁ ଏକ ହାତୀ ମହାନଦୀ ପାରହୋଇ ପାତ୍ରପାଲିକୁ ଆସିଥିଲା। ଲାଇନ ନଥିବାରୁ ଦୀପ ଦମ୍ପତି ବାହାରେ ଖଟ ଉପରେ ମଶାରୀ ଟାଙ୍ଗି ଶୋଇ ଥିବାବେଳେ ହଠାତ୍ ହାତୀ ଆସି ସେମାନଙ୍କୁ ଶୁଣ୍ଢରେ ଫିଙ୍ଗିଦେଇ ସେମାନଙ୍କ ଖଟିଆକୁ ଭାଙ୍ଗି ଦେଇଥିଲା। ହାତୀ ପୁଣି ବିଭିନ୍ନ ଗ୍ରାମ ଦେଇ ଅଙ୍ଗ ନଦୀ ପାରହୋଇ ଲଛିପୁର ଚାଲିଯାଇଥିବା ଜଙ୍ଗଲ ବିଭାଗ ସୂଚନା ଦେଇଛି। ଯିବା ଆସିବା ସମୟରେ କଦଳୀ ଗଛ, ଧାନଚାଷ ଦଳିଚକଟି, ଖାଇ ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
