ତାଲିବାନ୍ରେ ଆଫ୍ଗାନ୍ ନେତା ଗଠନ କଲେ ପରିଷଦ
- ତାଲିବାନକୁ ଭେଟି ଆଫଗାନିସ୍ତାନ ନେତାମାନେ କ୍ଷମତା ହସ୍ତାନ୍ତର କରିବେ
କାବୁଲ : ଆଫଗାନିସ୍ତାନରେ ତାଲିବାନ ଆତଙ୍କ ବଢ଼ିବାରେ ଲାଗିଛି । ଇତିମଧ୍ୟରେ ତାଲିବାନ ପକ୍ଷରୁ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରାଯ଼ିବା ପରେ ରାଷ୍ଟ୍ରପତି ଅସରଫ ଘନି ନିଜର ପଦ ତ୍ୟାଗ କରି କାବୁଲ ଛାଡ଼ି ଚାଲିଯାଇଛନ୍ତି । ଅନ୍ୟପକ୍ଷରେ ତାଲିବାନ ପକ୍ଷରୁ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରିଛନ୍ତି । ଫଳରେ ଆଫଗାନିସ୍ତାନକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେଇଯାଇଛି । ଏବେ ତାଲିବାନ ହାତରେ କ୍ଷମତାର ଚାବି ହସ୍ତାନ୍ତର କରିବାକୁ ଆଫଗାନିସ୍ତାନ ଚିନ୍ତା କରୁଛି । ଏ ନେଇ ଆଫଗାନିସ୍ତାନ ନେତାମାନେ ଏକ ପରିଷଦ ଗଠନ କରିଛନ୍ତି । ତାଲିବାନକୁ ଭେଟି ଆଫଗାନିସ୍ତାନ ନେତାମାନେ କ୍ଷମତା ହସ୍ତାନ୍ତର କରିବେ ।
ଏହା ପୂର୍ବରୁ ତାଲିବାନ ରାଜଧାନୀ କାବୁଲରେ ନିଜର ସ୍ଥିତି ମଜବୁତ କରିସାରିଛି । ପୂର୍ବତନ ରାଷ୍ଟ୍ରପତି ହମିଦ କରାଇ ସାମାଜିକ ଗଣମାଧ୍ୟମରେ ଟୁଇଟ କରି କହିଛନ୍ତି ଯେ, ପରିଷଦର ନେତୃତ୍ୱ ‘ହାଇ କାଉନସିଲ ଫଳ ନ୍ୟାସନାଲ ରିକନ୍ସିଲିଏଶନ’ ପ୍ରମୁଖ୍ୟ ଅବଦୁଲା ଅବଦୁଲ୍ଲା, ହିଜ୍ୱ ଏ ଇସଲାମୀର ପ୍ରମୁଖ ଗୁଲବୁଦୀନ ହିକମତୟାର ଏବଂ ସେ ନିଜେ କରିବେ । ବୟାନରେ କୁହାଯାଇଛି ଯେ, ଏହି ନିଷ୍ପତ୍ତି ଅରାଜକତାକୁ ଅଟକାଇବା ପାଇଁ, ଲୋକଙ୍କ ସମସ୍ୟାକୁ କମ କରିବା ତଥା ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତରଣ ପାଇଁ ନିଆ ଯାଇଛି । ତାଲିବାନ ବିଦ୍ରୋହୀମାନେ ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରିବା ପରେ ରାଷ୍ଟ୍ରପତି ଆଶରଫ ଘାନି ଦେଶ ଛାଡି ତାଜିକିସ୍ତାନ ଅଭିମୁଖେ ଯାଇଛନ୍ତି। ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଘାନି ତାଜିକିସ୍ତାନ ଯାଇଥିବା ସୂଚନା ଦେଇଛନ୍ତି। ତେବେ “ସୁରକ୍ଷା ଦୃଷ୍ଟିରୁ ଆଶ୍ରାଫ ଘାନିଙ୍କ ଗତିବିଧି ବିଷୟରେ କିଛି କହିପାରିବ ନାହିଁ” ବୋଲି ଅଧିକାରି ଜଣଙ୍କ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି।
