ପଞ୍ଚମ ଦିନରେ ଖସିଲା ‘ଜୱାନ’ର କଲେକ୍ସନ, ଏହି କାରଣ ଯୋଗୁ ଫିଲ୍ମ ଉପରେ ପଡ଼ିଛି ବଡ଼ ପ୍ରଭାବ
ମୁମ୍ବାଇ : ଲୋକମାନେ ‘ଜୱାନ’ରେ ଶାହାରୁଖ ଖାନ୍ ଏବଂ ନୟନତାରାଙ୍କ ଯୋଡିକୁ ଖୁବ୍ ପସନ୍ଦ କରୁଛନ୍ତି। ତେଣୁ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ର ଧୁମ୍ ମଚାଇବା ସହ ବେଶ୍ ଭଲ ଦୁଇ ପଇସା ରୋଜଗାର କରିବାରେ ମଧ୍ୟ ସଫଳ ହୋଇଛି। ଏହି ଚଳଚ୍ଚିତ୍ର ଚାରି ଦିନ ମଧ୍ୟରେ ୨୫୦ କୋଟି ଟଙ୍କା ଅତିକ୍ରମ କରିଥିବା ବେଳେ ପଞ୍ଚମ ଦିନରେ ସାମାନ୍ୟା ଧିମେଇ ଯାଇଥିବା ଦେଖିବାକୁ ମିଳିଛି। ଏହା ସତ୍ତ୍ୱେ ଫିଲ୍ମ ଚାରି ଦିନ ମଧ୍ୟରେ ବକ୍ସ ଅଫିସରେ ଚାରିଟି ରେକର୍ଡ ଭାଙ୍ଗିଛି। ଏହା ସହିତ ଏହା ୩୦୦ କୋଟି ଟଙ୍କା ଆକଳନକୁ ଅତି ନିକଟତର କରିଛି ।
ବକ୍ସ ଅଫିସ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ପଞ୍ଚମ ଦିନରେ ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ ଭାରତ-ପାକିସ୍ତାନ ମ୍ୟାଚର ପ୍ରଭାବ ଦେଖିବାକୁ ମିଳିଛି। ଯେଉଁଥିପାଇଁ ଫିଲ୍ମ କଲେକ୍ସନରେ ବହୁତ ହ୍ରାସ ଘଟିଛି।ଖବର ଅନୁଯାୟୀ, ପଞ୍ଚମ ଦିନରେ ଏହି ଫିଲ୍ମ ପ୍ରାୟ ୩୦ କୋଟି ଟଙ୍କା ସଂଗ୍ରହ କରିଛି। ଅର୍ଥାତ୍ ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨୮୨.୦୮ କୋଟି ଟଙ୍କା ସଂଗ୍ରହ କରିଛି।
ଯଦି ଆମେ ଚଳଚ୍ଚିତ୍ର ‘ଜୱାନ’ର ଆକଳନକୁ ଦେଖିବା ତେବେ ଗୁରୁବାର ଦିନ ଫିଲ୍ମ ୬୫.୫୦ କୋଟି, ଶୁକ୍ରବାର ଦିନ ୪୬.୨୩ କୋଟି, ଶନିବାର ଦିନ ୬୮.୭୨ କୋଟି ଏବଂ ରବିବାର ଦିନ ୭୧.୬୩ କୋଟି ଟଙ୍କା ସଂଗ୍ରହ କରିଛି।ଚତୁର୍ଥ ଦିନର ସଂଗ୍ରହ ପରେ ‘ଜବାନ୍’ ବକ୍ସ ଅଫିସରେ ଚାରୋଟି ରେକର୍ଡ ଭାଙ୍ଗିଛି- ଜୱାନ ପ୍ରଥମ ଦିନରେ ୬୫.୫୦ କୋଟି ଟଙ୍କା ସଂଗ୍ରହ କରି ବଲିଉଡର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ସେହିପରି ‘ଜୱାନ୍’ ପ୍ରଥମ ତିନି ଦିନରେ ୧୮୦.୪୫ କୋଟି ଟଙ୍କା ସଂଗ୍ରହ କରି ବଲିଉଡର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରରେ ପରିଣତ ହୋଇଛି ।ଏହା ପୂର୍ବରୁ ଏହି ରେକର୍ଡ ଶାହାରୁଖ ଖାନଙ୍କ ‘ପଠାନ’ ନାମରେ ଥିଲା। ‘ପଠାନ’ ପ୍ରଥମ ତିନି ଦିନରେ ୧୬୬.୫ କୋଟି ଟଙ୍କା ସଂଗ୍ରହ କରିଥିଲା।
