ବାହାରିଲା ସିବିଏସଇ ଦଶମ ରେଜଲ୍ଟ
ନୂଆଦିଲ୍ଲୀ : ବିନା ପରୀକ୍ଷାରେ ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ https://cbseresults.nic.in ଓ୍ୱେବସାଇଟରେ ଉପଲବ୍ଧ ହେଉଛି ରେଜଲ୍ଟ । ସିବିଏସଇର ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ ପାଇଛି । ପ୍ରାର୍ଥୀମାନେ ମଧ୍ୟ ସିବିଏସଇ ଡିଜିଲକର ୱେବସାଇଟ୍, digilocker.gov.in କୁ ଲଗ୍ ଇନ୍ କରି ସେମାନଙ୍କର ରେଜଲ୍ଟ ଜାଣିପାରିବେ । ଏହାସହ ମାର୍କ ସିଟ୍ ଏବଂ ସାର୍ଟିଫିକେଟ୍ ମଧ୍ୟ ପାଇପାରିବେ । ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଖୁସି ନୁହଁନ୍ତି । ସେମାନେ ଅଫଲାଇନ ଜରିଆରେ ଶାରୀରିକ ପରୀକ୍ଷା ଦେଇପାରିବେ । କୋଭିଡ-୧୯ ସ୍ଥିତି ସୁଧାରିବା ପରେ ଏନେଇ ନିଷ୍ପତ୍ତି ନିଆଯିବ । ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଏଗୁଡିକ ବ୍ୟତୀତ ସମସ୍ତ ପଞ୍ଜୀକୃତ ପ୍ରାର୍ଥୀଙ୍କ ପାଇଁ ଆଇଭିଏସ, ଏସଏମଏସ, ଡିଜିଲକର ଏବଂ ଯୁଏମଏଏନଜି ଆପରେ ମଧ୍ୟ ଫଳାଫଳ ଉପଲବ୍ଧ ହେବ ।
ଛାତ୍ରଛାତ୍ରୀମାନେ ନିଜ ରୋଲ ନଂ ପାଇବା ପାଇଁ ଛାତ୍ରଛାତ୍ରୀମାନେ ସିବିଏସଇ ଦ୍ୱାରା ନିର୍ମିତ ‘ରୋଲ୍ ନମ୍ବର ଫାଇଣ୍ଡର୍- ୨୦୨୧’ ପୋର୍ଟାଲ୍ ମାଧ୍ୟମରେ ସେମାନଙ୍କର ରୋଲ୍ ନମ୍ବର ପାଇପାରିବେ ।
ରୋଲ୍ ନମ୍ବର ପାଇବା ପରେ :
୧. ସିବିଏସଇର ଅଫିସିଆଲ୍ ୱେବସାଇଟ୍, cbseresults.nic.in କୁ ଯାଆନ୍ତୁ ।
୨. ମୂଳପୃଷ୍ଠାରେ, ‘ସିବିଏସଇ ଦଶମ ଶ୍ରେଣୀ ଫଳାଫଳ ୨୦୨୧’ ଲିଙ୍କରେ କ୍ଲିକ୍ କରନ୍ତୁ ।
୩. ଏହା ପରେ ଆପଣ ଏକ ନୂତନ ପୃଷ୍ଠାକୁ ପ୍ରବେଶ କରିବେ ।
୪. ନୂତନ ପୃଷ୍ଠାକୁ ଯିବା ପରେ ପୃଷ୍ଠାରେ ଆପଣଙ୍କର ନାମ, ରୋଲ୍ ନମ୍ବର, ଏବଂ ଜନ୍ମ ତାରିଖ ପ୍ରବେଶ କରନ୍ତୁ ।
୫. ଏହା ପରେ ଆପଣଙ୍କର ପରୀକ୍ଷା ଫଳାଫଳ ସ୍କ୍ରିନ ଉପରେ ଆସିଯିବ ।
୬. ଭବିଷ୍ୟତର ରେଫରେନ୍ସ ପାଇଁ ଫଳାଫଳର ଏକ ପ୍ରିଣ୍ଟଆଉଟ୍ ଡାଉନଲୋଡ୍ କରନ୍ତୁ ।
ଡିଜିଲକରରେ ଫଳ ପାଇବା ପାଇଁ :
୧. ଅଫିସିଆଲ୍ ୱେବସାଇଟ୍ digilocker.gov.in କୁ ଯାଆନ୍ତୁ ।
୨. ମୂଳପୃଷ୍ଠାରେ, ‘ଏଜୁକେସନ’ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ।
୩. ଏହା ପରେ ସିବିଏସଇ ଉପରେ କ୍ଲିକ୍ କରନ୍ତୁ ।
୪. ସିବିଏସଇ କ୍ଲାସ୍ ୧୦ ମାର୍କସିଟ୍ ୨୦୨୧ ଡାଉନଲୋଡ୍ କରିବାର ବିକଳ୍ପ ଚୟନ କରନ୍ତୁ ।
୫. ଆପଣଙ୍କର କ୍ଲାସ୍ ୧୦ ରୋଲ୍ ନମ୍ବର ଏବଂ ଅନ୍ୟାନ୍ୟ ପରିଚୟପତ୍ର ସହିତ ଆପଣଙ୍କ ଆକାଉଣ୍ଟକୁ ଲଗ୍ ଇନ୍ କରନ୍ତୁ ।
୬. ଏହା ପରେ ଆପଣଙ୍କର ୧୦ମ ଶ୍ରେଣୀ ଫଳାଫଳ ଡାଉନଲୋଡ୍ କରନ୍ତୁ ।
