ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ କମିଛି ହତ୍ୟାକାଣ୍ଡ
ଭୁବନେଶ୍ୱର: ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ରାଜଧାନୀରେ ହତ୍ୟାକାଣ୍ଡ ମାମଲା କମିଛି । ୨୦୧୯ରେ ୩୯ଟି ମାମଲା ହୋଇଥିବାବେଳେ ୨୦୨୦ରେ ୪୯ଟି ହତ୍ୟାକାଣ୍ଡ ଘଟିଥିଲା । ଏହା ତୁଳନାରେ ଚଳିତବର୍ଷ ମାମଲା କମିଥିବା ସ୍ପଷ୍ଟ ହୋଇଛି ।୨୦୨୧ ଜାନୁଆରୀରୁ ଏପର୍ଯ୍ୟନ୍ତ ମୋଟ୍ ୩୨ଟି ହତ୍ୟା ମାମଲା ଭୁବନେଶ୍ୱର ୟୁପିଡ଼ିରେ ରୁଜୁ ହୋଇଛି ।
ପୋଲିସର କଡ଼ା କାର୍ଯ୍ୟନୁଷ୍ଠାନ ଯୋଗୁଁ ଏଭଳି ଦେଖାଯାଇଥିବା କୁହାଯାଉଛି । ରାଜଧାନୀରେ ଚଳିତବର୍ଷ ୩୨ଟି ହତ୍ୟାକାଣ୍ଡ ଘଟିଛି । ଭୁବନେଶ୍ୱର ସହରାଞ୍ଚଳ ପୁଲିସର ଜଟଣୀ ଥାନାରେ ସର୍ବାଧିକ ୪ଟି ମାମଲା ହୋଇଛି । ସେହିପରି ୭ଟି ଥାନାରେ କୌଣସି ହତ୍ୟା ମାମଲା ରୁଜୁ ହୋଇନଥିବା କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହିସବୁ ମାମଲାରେ ପୀଡ଼ିତା ଓ ଅଭିଯୁକ୍ତମାନେ ଚିହ୍ନଟ ହୋଇସାରିଛନ୍ତି । କେବଳ ମଞ୍ଚେଶ୍ୱର କୁଆଖାଇ ନଦୀପଠାରୁ ମିଳିଥିବା ମୃତଦେହ ଚିହ୍ନଟ ହୋଇପାରିନାହିଁ । ତେଣୁ ଏହାର ତଦନ୍ତ ଚାଲିଥିବା ଭୁବନେଶ୍ୱର ଡ଼ିସିପି ଡ଼.ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
