କାଳିଆ ଦର୍ଶନ କରି ଫେରୁଥିବା ବେଳେ ଓଲଟିଲା ବସ, ୫ ଯାତ୍ରୀ ଗୁରୁତର
ବାଲେଶ୍ୱର: ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ବାଇପାସ ନିକଟରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ଅନେକ ସାମାନ୍ୟ ଆହାତ ହୋଇଛନ୍ତି। ତେବେ ଦୁର୍ଘଟଣାଗ୍ରସ୍ତ ବସ ପଞ୍ଚିମବଙ୍ଗର ହୋଇଥିବା ଜଣାପଡିଛି। ଏହା ଏକ ତୀର୍ଥଯାତ୍ରୀ ବସ ଥିଲା। ପଞ୍ଚିମବଙ୍ଗରୁ ଯାତ୍ରୀଙ୍କୁ ପୁରୀରେ ଜଗନ୍ନାଥ ଦର୍ଶନ କରାଇ ଫେରୁଥିବା ବେଳେ ବସଟି ଭାରସାମ୍ୟ ହରାଇ ଓଲଟିଥିଲା। ସୋମବାର ଭୋର ୪ଟା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ପୁରୀରୁ ଦୀଘା ଫେରୁଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥରେ ପଞ୍ଚିମବଙ୍ଗର ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ହଳଦୀପଦା ବାଇପାସ ନିକଟରେ ଡ୍ରାଇଭରକୁ ନିଦ ଲାଗିବା ଯୋଗୁଁ ଏହି ଅଘଟଣ ଘଟିଛି। ବସ ରାସ୍ତା ତଳକୁ ଓଲଟି ଯିବା ଫଳରେ ପାଞ୍ଚ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ବସରେ ମୋଟ ୭୨ ପର୍ଯ୍ୟଟକ ଥିଲେ। ସୋମବାର ଭୋର ୪ଟା ସମୟରେ ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ବାଲେଶ୍ଵର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କାହାରି ମୃତ୍ୟୁ ହୋଇନଥିବା ସୂଚନା ମିଳିଛି।
ମିଳିଥିବା ସୂଚନାନୁସାରେ, ପଶ୍ଚିମବଙ୍ଗର ରାଜନନ୍ଦିନୀ ନାମକ ବସ ( ନଂ. ଡବ୍ଲୁବି୨୯ବି-୩୪୩୨)କୁ ରିଜର୍ଭ କରି ୭୨ ବଙ୍ଗୀୟ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ। ରବିବାର ପୁରୀରୁ ଦର୍ଶନ ସାରି ସେମାନେ ବାଟରେ ଛତିଆ ଭ୍ରମଣ କରିଥିଲେ। ପରେ ସେଠାରୁ ପଶ୍ଚିମ ଫେରୁଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥର ବାଲେଶ୍ଵର ହଳଦୀପଦା ବାଇପାସ ନିକଟରେ ଡ୍ରାଇଭର ଆଖି ଲାଗିଯାଇଥିଲା। ଫଳରେ ଅନିୟନ୍ତ୍ରୀତ ହୋଇ ବସଟି ରାସ୍ତା ତଳକୁ ଓଲଟି ଯାଇଥିଲା। ଏଥିରେ ପାଞ୍ଚ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି।
