ଦେଶରେ ବଜେଟ ଇତିହାସ ହେଉଛି ୧୫୦ ବର୍ଷରୁ ଅଧିକ ପୁରୁଣା; ଜାଣନ୍ତୁ କେବେ ହୋଇଛି କେଉଁ ପରିବର୍ତ୍ତନ
ନୂଆଦିଲ୍ଲୀ: କୌଣସି ଦେଶର ଆର୍ଥିକ ବିକାଶକୁ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ ସେହି ଦେଶରେ ଆଗତ ହେଉଥିବା ବଜେଟ୍। ପ୍ରତିବର୍ଷ ଭାରତୀୟ ସଂସଦରେ ଆଗତ ହେଉଥିବା ଦେଶର ପ୍ରଗତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦେଶରେ ଆଗତ ହେଉଥିବା ବଜେଟର ପ୍ରାୟ ୧୫୦ ବର୍ଷର ଏକ ଦୀର୍ଘ ଏବଂ ଗୌରବମୟ ଇତିହାସ ରହିଛି।
ଏପରି ଉପସ୍ଥାପିତ ହୋଇଥିଲା ପ୍ରଥମ ସାଧାରଣ ବଜେଟ୍ :
ଦେଶରେ ପ୍ରଥମ ଥର ପାଇଁ ୧୮୬୦ ମସିହା ଏପ୍ରିଲ ୭ ତାରିଖରେ ବଜେଟ୍ ଉପସ୍ଥାପିତ ହୋଇଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ସହ ଜଡିତ ସ୍କଟଲ୍ୟାଣ୍ଡ ଅର୍ଥନୀତିଜ୍ଞ ୱିଲସନ ଭାରତୀୟ ବଜେଟକୁ ବ୍ରିଟିଶ ସମ୍ରାଟଙ୍କ ନିକଟରେ ରଖିଥିଲେ। ଏହା ସହିତ ୧୯୪୭ ମସିହା ନଭେମ୍ବର ୨୬ ତାରିଖରେ ସ୍ୱାଧିନ ଭାରତର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ ତତ୍କାଳୀନ ଅର୍ଥମନ୍ତ୍ରୀ ଆର.କେ ଶାନମୁଖମ୍ ଚେଟ୍ଟୀ।
ଦୀର୍ଘତମ ବଜେଟ୍ ଭାଷଣ :
ଏହି ରେକର୍ଡ ବର୍ତ୍ତମାନର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମରେ ଅଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ସେ ୨ ଘଣ୍ଟା ୪୨ ମିନିଟ୍ ଲମ୍ବା ଭାଷଣ ଦେଇଥିଲେ। ଏହି ସମୟ ମଧ୍ୟରେ ସେ ୨୦୧୯ ଜୁଲାଇରେ ଦେଇଥିବା ନିଜର ଘଣ୍ଟା ମିନିଟ୍ ଲମ୍ବା ଭାଷଣର ରେକର୍ଡ ଭାଙ୍ଗିଥିଲେ। ଅନ୍ୟ ପଟେ ଯଦି ଆମେ ସର୍ବାଧିକ ସଂଖ୍ୟକ ଶବ୍ଦକୁ ଦେଖିବା ତାହେଲେ ୧୯୯୧ ମସିହାରେ ତକତ୍କାଳୀନ ଅର୍ଥମନ୍ତ୍ରୀ ଡ.ମନମୋହନ ସିଂହଙ୍କ ବଜେଟ୍ ଭାଷଣରେ ମୋଟ ୧୮ ହଜାର ୬୫୦ ଶବ୍ଦ ରହିଥିଲା। ଏହା ପରେ ୨୦୧୮ ବର୍ଷରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ୍ ଭାଷଣରେ ୧୮ ହଜାର ୬୦୪ ଶବ୍ଦ ରହିଥିଲା। ସଂକ୍ଷିପ୍ତ ବଜେଟ ଭାଷଣ ୧୯୭୭ ମସିହାରେ ସେତେବେଳର ଅର୍ଥମନ୍ତ୍ରୀ ହୀରୁଭାଇ ମୂଲଜୀଭାଇ ପଟେଲ କେବଳ ୮୦୦ ଶବ୍ଦରେ ଦେଇଥିଲେ।
ଅଧିକ ଥର ଭାଷଣ ଦେବାର ରେକର୍ଡ :
ଅଧିକ ଥର ଭାଷଣ ଦେବାର ରେକର୍ଡ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ନାମରେ ରହିଛି। ଯିଏ ଅର୍ଥମନ୍ତ୍ରୀ ଥିବାବେଳେ ୧୯୬୨-୬୯ ମଧ୍ୟରେ ସର୍ବାଧିକ ଥର ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ। ଏହା ପରେ ପି.ଚିଦାମ୍ବରମ୍ ୯, ପ୍ରଣବ ମୁଖାର୍ଜୀ ୮, ଯଶବନ୍ତ ସିହ୍ନା ୮ ଏବଂ ମନମୋହନ ସିଂହ ୬ ଥର ବଜେଟ ଭାଷଣ ଦେଇଛନ୍ତି।
ବଜେଟ୍ ଭାଷଣର ସମୟ ପରିବର୍ତ୍ତନ :
୧୯୯୯ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ଫେବୃଆରୀ ମାସର ଶେଷ କାର୍ଯ୍ୟ ଦିବସରେ ସନ୍ଧ୍ୟା ୫ଟାରେ ବଜେଟ୍ ଭାଷଣ ଉପସ୍ଥାପିତ ହୋଇଥିଲା। ହେଲେ ଯଶୋୱନ୍ତ ସିହ୍ନା ଏହାକୁ ସେହି ବର୍ଷ ବଦଳାଇ ଦିନ ୧୧ଟା କରିଥିଲେ। ଫେବୃଆରୀ ୧ ତାରିଖରେ ଅରୁଣ ଜେଟଲୀ ୨୦୧୭ ବଜେଟ୍ ଭାଷଣ ଉପସ୍ଥାପନ କରିଥିଲେ। ସେବେଠାରୁ ଫେବୃଆରୀ ୧ ତାରିଖ ଦିନ ୧୧ଟାରେ ବଜେଟ୍ ଉପସ୍ଥାପିତ ହେଉଛି।
ହିନ୍ଦୀ ଭାଷାରେ ବଜେଟ୍ ଭାଷଣ :
ଦେଶ ସ୍ୱାଧିନ ହେବା ପର ଠାରୁ ୧୯୫୫ ମସିହା ପର୍ଯ୍ୟନ୍ତ ବଜେଟ୍ କେବଳ ଇଂରାଜୀ ଭାଷାରେ ଉପସ୍ଥାପିତ ହୋଇଥିଲା। ହେଲେ ତତ୍କାଳୀନ କଂଗ୍ରେସ ସରକାର ଏହାକୁ ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଉପସ୍ଥାପନ କରିବା ଆରମ୍ଭ କରିଥିଲେ। ଏହା ସହିତ ପ୍ରଥମ ମହିଳା ଭାବେ ଇନ୍ଦିରା ଗାନ୍ଧୀ ୧୯୭୦ ମସିହାରେ ଅର୍ଥମନ୍ତ୍ରୀ ଭାବରେ ବଜେଟ୍ ଉପସ୍ଥାପନ କରିଥିଲେ।
ରେଳ ବଜେଟ୍ ସହ ସାଧାରଣ ବଜେଟ୍ ମିଶ୍ରଣ :
ଗତ ୨୦୧୭ ବର୍ଷ ପର୍ଯ୍ୟନ୍ତ ରେଳ ବଜେଟ୍ ଏବଂ ସାଧାରଣ ବଜେଟ୍ ପୃଥକ ଭାବରେ ଉପସ୍ଥାପିତ ହୋଇଥିଲା। ହେଲି ସେହି ବର୍ଷ ରେଳ ବଜେଟ୍ ସାଧାରଣ ବଜେଟ୍ ସହିତ ମିଶ୍ରିତ ହୋଇଥିଲା ଏବଂ ବର୍ତ୍ତମାନ କେବଳ ଗୋଟିଏ ବଜେଟ୍ ଉପସ୍ଥାପିତ ହେଉଛି। ୧୯୫୦ ମସିହା ପର୍ଯ୍ୟନ୍ତ ବଜେଟ ମୁଦ୍ରଣ ରାଷ୍ଟ୍ରପତି ଭବନ ଠାରେ କରାଯାଉଥିଲା। ହେଲେ ଏହା ଲିକ ହେବା ପରେ ନୂଆଦିଲ୍ଲୀସ୍ଥିତ ମିଣ୍ଟୋ ରୋଡ ଠାରେ ଅବସ୍ଥିତ ମୁଦ୍ରଶାଳାରେ ମୁଦ୍ରଣ କରାଗଲା। ଏହା ପରେ ୧୯୮୦ ମସିହାରେ ଏହା ଅର୍ଥ ମନ୍ତ୍ରଣାଳୟର ସରକାରୀ ମୁଦ୍ରଣଶାଳାରେ ଛପା ଯାଇଥିଲା।
