ସେଣ୍ଟର ଫର ଥାର୍ଡ ଭଏସ ତରଫରୁ ପୁସ୍ତକ ଉନ୍ମୋଚିତ
କଟକ : ସେଣ୍ଟର ଫର ଥାର୍ଡ ଭଏସ ଗବେଷଣା ସଂସ୍ଥା ତରଫରୁ ମିତଲ ପ୍ରକାଶନ ନୂଆଦିଲ୍ଲୀ ଦ୍ୱାରା ପ୍ରକାଶିତ ପୁସ୍ତକ ଡାଇନାମିକ୍ସ ଅଫ ସୋସିଓ ପଲିଟିକାଲ ଡେଭଲପମେଣ୍ଟ ଇନ ଓଡିଶା କଟକର ଲୋକସଭା ସଦସ୍ୟ ଭର୍ତ୍ତୁହରି ମହତାବ ଓ ବିଶିଷ୍ଟ ଗାନ୍ଧୀବାଦୀ ଡକ୍ଟର ପାବକ କାନୁନଗୋଙ୍କ କରକମଳରେ ଉନୋ୍ମଚିତ ହେଇଯାଇଛି । ଏହି ପୁସ୍ତକରେ ଓଡିଶାର ବିଭିନ୍ନ ଦିଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବିକାଶ କ୍ଷେତ୍ରରେ ହୋଇଥିବା ପ୍ରଗତି ଉପରେ ଆଲେଚନା କରାଯାଇଛି । ଏହି ପୁସ୍ତକଟି ଗବେଷକ ଓ ଶିକ୍ଷାବିତ୍ମାନଙ୍କ ମଧ୍ୟରେ ଓଡିଶାକୁ ଅଧ୍ୟୟନ କରିବା ନିମନ୍ତେ ଏକ ସୁଯୋଗ ପ୍ରଦାନ କରିବ । ଏହି ଉନ୍ମୋଚନ ଉସ୍ôବରେ ସମ୍ପାଦକ ଡକ୍ଟର ବିଭୁଦତ୍ତ ଖଣ୍ଡାୟତରାୟ ଓ ପୁସ୍ତକର ସମ୍ପାଦନା ମଣ୍ଡଳୀର ସଦସ୍ୟ ଡକ୍ଟର ଦିପକ କୁମାର ଦାଶ ଉପସ୍ଥିତ ଥିଲେ ।
