ପୁସ୍ତକ ‘ମନେଅଛି’ ଉନ୍ମୋଚିତ
କଟକ : ବରିଷ୍ଠ ଆଇନଜୀବୀ ଉମାକାନ୍ତ ନନ୍ଦଙ୍କ ରଚିତ ପୁସ୍ତକ ‘ମନେଅଛି’ ଉନ୍ମୋଚିତ ହୋଇଯାଇଛି । କଟକ ପୂର୍ବାଂଚଳ ଆଇନଜୀବୀ ସଂଘ ଆନୁକୂଲ୍ୟରେ ମହାନଦୀବିହାରସ୍ଥିତ ମହାନଦୀ ଭବନରେ ଏହି ପୁସ୍ତକ ଉନ୍ମୋଚନ ସଭା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସାରସ୍ୱତ ସମାରୋହକୁ ଓଡିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି ବିମଳ ପ୍ରସାଦ ଦାସ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଧାୟକ ସୈାମ୍ୟରଂଜନ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ହୃଷିକେଶ ମଲ୍ଲିକ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଆଇଏଏସ ରବିନାରାୟଣ ନନ୍ଦ ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ । ଉପସ୍ଥିତ ଅତିଥିମ଼ାନେ ଶ୍ରୀ ନନ୍ଦଙ୍କ ଦ୍ୱାରା ରଚିତ ପୁସ୍ତକ ‘ମନେଅଛି’ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଲୋକାର୍ପଣ ପରେ ସାରସ୍ୱତ ସମାରୋହର ଶେଷ ଭାଗରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଉପସ୍ଥିତ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ ।
