ବିଣାପାଣୀ ଚୈାଧୁରୀଙ୍କ ରଚିତ ପୁସ୍ତକ ‘ବଲ୍ଲକୀ ଓ ମୁଁ କ’ଣ ମୁଁ ଜାଣେ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଅବିଭକ୍ତ ଓସ୍ତପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସାରଙ୍ଗ ଗ୍ରାମର ଫକିର ଚରଣ ଖଟୁଆଙ୍କ ଝିଅ ବିଣାପାଣୀ ଚୈାଧୁରୀଙ୍କ ରଚିତ “ବଲ୍ଲକୀ ଓ ମୁଁ କ’ଣ ମୁଁ ଜାଣେ” ଦୁଇଗୋଟି ପୁସ୍ତଳକୁ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପୁସ୍ତକ ଦୁଇଟିକୁ ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ପୁସ୍ତକ ଦୁଇଟିର ଲେଖିକା ବିଣାପାଣୀ ଚୈାଧୁରୀ, ପିତା ଫକିର ଚରଣ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଲେଖିକା ଶ୍ରୀମତୀ ଚୈାଧୁରୀ ରାଜ୍ୟପାଳଙ୍କୁ ଏକ ଅମ୍ଳଜାନ ପ୍ରଦାନକାରୀ ଜୀବନ୍ତ ଚାରାଗଛ ସହିତ ଏକ ଉତ୍ତରୀୟ ପ୍ରଦାନ କରି ଆଶ୍ରିର୍ବାଦ କାମନା କରିଥିଲେ । ରାଜ୍ୟପାଳ ଶ୍ରୀମତୀ ଚୈାଧୁରୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।
