ବିଶ୍ଵନାଥ ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ଅଘଟଣ : ପୋଖରିରୁ ମା’ ଓ ପୁଅର ମୃତ ଦେହ ଉଦ୍ଧାର
କଟକ : କଟକ ଜିଲା ନିଆଳି ଥାନା ପୁରୁଣାସାତଙ୍ଗ ଗାଁରେ ଅଘଟଣ । ପୋଖରୀରେ ଭାସୁଛି ଶିଶୁ ପୁଅ ଓ ମା’ର ମୃତଦେହ । ମୃତକମାନେ ମା ରୀତା ମିଶ୍ର ଓ ପୁଅ ରଞ୍ଜିତ ମିଶ୍ର ବୋଲି ଜଣାପଡ଼ିଛି । ରୀତା କାକଟପୁର ଅଞ୍ଚଳର ଭିଡାବନ୍ଧରେ ବିବାହ ହୋଇଛନ୍ତି । ସେ ପୁରୁଣାସାତଙ୍ଗ ନିଜ ବାପ ଘର ବୈଦ୍ୟଶ୍ୱର ପଣ୍ତାଙ୍କ ଘରକୁ ଆସିଥିଲେ ।
ବିଶ୍ଵନାଥ ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ଅଘଟଣ । ପ୍ରଥମେ ଶିଶୁ ପୁତ୍ର ଓ ପରେ ମାଆଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିପରି ମୃତ୍ୟୁ ହୋଇଛି ମା ଓ ପୁଅଙ୍କ କାରଣ ଅସ୍ପଷ୍ଟ ରହିଛି । ଆତ୍ମହତ୍ୟା କି ଅସାବଧାନତାରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ନିଆଳି ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଇଛି ।
