ତାଳବଣିଆ ପୋଖରୀରେ ଭାସୁଛି ଶବ
ପୁରୀ : ତାଳବଣିଆ ପମ୍ପ ହାଉସ ନିକଟ ପୋଖରୀରେ ଶବ ଭାସୁଛି ଥିବା ଦେଖା ଯାଇଥିଲା । ଆଜି ସକାଳୁ ସ୍ଥାନୀୟ ବାସିନ୍ଦାମାନେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଏହି ଶବକୁ ଦେଖିଥିଲେ । ପରେ ସମୁଦ୍ରକୂଳ ଓ ତାଳବଣିଆ ଥାନା ପୋଳିସ ପହଞ୍ଛି ଲାଇଫଗାର୍ଡ଼ ଓ ଅଗ୍ନିଶମ ବିଭାଗ ଦ୍ୱାରା ଶବଟିକୁ ଉଦ୍ଧାର କରାଯାଇଥିଲା । ମୃତ ଯୁବକ ଜଣକ ପରିଚୟ ମିଳିନଥିବା ବେଳେ ତାର ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି । ଏହି ଘଟଣା ଏବେ ସେହି ଅଞ୍ଛଳରେ ଚାଞ୍ଛଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ଜଣକ ପୋଖରୀରେ ବୁଡ଼ି ମରିଛି କି ତାକୁ ମାରିଦିଆଯାଇଛି ସେନେଇ ପୋଲିସ ଯାଞ୍ଛ କରୁଛି । ଆଇଟିଆଇ ଛକ ଠାରୁ ଭୁଦାନ ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଦୁଇପାଶ୍ୱର୍ର ସଞ୍ଝ ନଇଁଲେ ଅସଂଜତ ଭାବେ ଯୁବକ ଯୁବତୀ ଓ କିନ୍ନର ଏବଂ ନିଶାଖୋର ମାନେ ଆଡ୍ଡା ଜମାଉଥିବା ଦେଖିବାକୁ ମିଳିଛି । ମୃତକ ଯୁବକର ଶବ ବ୍ୟବଚ୍ଛେଦ ଓ ଚିହ୍ନଟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି ।
