୨୦୨୨ରେ ଏହି ୪ଟି ରାଶି ଉପରେ ରହିବ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ
ଆଉ କିଛି ଦିନ ପରେ ୨୦୨୨ ଆସିଯିବ । ସମସ୍ତେ ୨୦୨୨ ସ୍ୱାଗତ କରିବା ପାଇଁ ଅପେକ୍ଷା କରି ବସିଛନ୍ତି । ପ୍ରାୟ ସବୁ ଲୋକଙ୍କ ମନରେ ଏହା ହିିଁ ଚାଲୁଥିବ କିପରି କଟିବ ୨୦୨୨ । ତେବେ ଶୁଣିରଖନ୍ତୁ ୨୦୨୨ରେ ପ୍ରଭୁ ଗଣେଷଙ୍କର ୪ଟି ରାଶି ଉପରେ କୃପା ରହିବ । ପ୍ରଭୁ ଗଣେଶଙ୍କୁ ବିଘ୍ନ ବିନାଶକ କୁହାଯାଏ । ବିଘ୍ନ ବନାଶକ ପ୍ରଭୁ ଗଣେଶ ଆପଣଙ୍କର ସମସ୍ତ ବିଘ୍ନ ହରଣ କରିବେ । ଅର୍ଥାତ ଏହି ନୂତନ ବର୍ଷ ଏହି ୪ଟି ରାଶିର ଲୋକଙ୍କ ପାଇଁ ମଙ୍ଗଳମୟ ହେବ । ପ୍ରଭୁ ଗଣେଶଙ୍କ କୃପାରୁ ଆପଣଙ୍କ ଜୀବନ ହସ ଖୁସିରେ ଭରିଯିବ । ତେବେ ଆସନ୍ତୁ ଜାଣିବା ସେହି ସେହି ୪ଟି ରାଶି ବିଷୟରେ ।
ମେଷ: ୨୦୨୨ ମେଷ ରାଶିର ଲୋକଙ୍କ ପାଇଁ ମଙ୍ଗଳମୟ ହେବ । ପ୍ରଭୁ ଗଣେଶଙ୍କ କୃପାରୁ ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂରା ହେବ । କାର୍ଯ୍ୟରେ ସଫଳତା ସହିତ ଲାଭ ମିଳିବ । ତୁମେ ପ୍ରଶଂସାର ଯୋଗ୍ୟ ହେବ । ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । କାର୍ଯ୍ୟକ୍ଷେତ୍ରରେ ଭଲ ଦିନ ଅତିବାହିତ କରିବେ । ପରିବାର ଏବଂ ସମ୍ପର୍କିୟଙ୍କ ମଧ୍ୟରେ ପ୍ରୀୟର ପାତ୍ର ହେବେ ।
ମିଥୁନ: ୨୦୨୨ ଆପଣଙ୍କ ପାଇର୍ ଖୁସି ନେଇଆସିବ । ଇଚ୍ଛା ଅନୁଯାୟୀ ଫଳ ମିଳିବ । କାର୍ଯ୍ୟ କରିବ ଆଗ୍ରହ ହେବେ । ଅଳସ ତ୍ୟାଗ କରି କର୍ମ କରିବେ । ବ୍ୟବସାୟରେ ଆଶା କରାଯାଉଥିବା ଠାରୁ ଅଧିକ ଲାଭ ହୋଇପାରେ । ପରିବାର ପ୍ରତି ଧ୍ୟାନ ଦେବେ ଏବଂ ଆୟ ବୃଦ୍ଧି ହେବ । ଭଗବାନ ଗଣେଶଙ୍କ କୃପାରୁ ଆପଣଙ୍କ ପରିବାରେ ଦିନ ଗୁଡ଼ିକ ଭଲରେ କଟିବ ।
କନ୍ୟା: ୨୦୨୨ ଆପରଙ୍କ ପାଇଁ ଭରପୂର ଖୁସି ନେଇଆସିବ । ପରିବାର ସହିତ ଥିବା ତିକ୍ତତା ଦୂର ହେବ । ଭାଇ ଓ ଭଉଣୀଙ୍କ ସହିତ ଭଲରେ ସମୟ କଟିବ । ପୁରୁଣା ଦିନରେ ରାଗ ଭୁଲି ଆପଣ ନୂତନ ଦିନରେ କିଛି ନୂଆ କରିବେ । ଆପଣଙ୍କୁ ଆପଣଙ୍କର ପ୍ରେମ ମିଳିବ । ଉଦ୍ୟୋଗୀ ଏବଂ ବ୍ୟବସାୟୀମାନେ ଏକ ନୂତନ ସଙ୍ଗଠନ କିମ୍ବା ସହଭାଗୀତାରେ ପ୍ରବେଶ କରିପାରିବେ । ବୃତ୍ତିଗତ ଭାବରେ ଆପଣ ଲୋକପ୍ରିୟତା ଏବଂ ପ୍ରଶଂସା ଲାଭ କରିବେ । ତୁମର ଦୃଷ୍ଟିକୋଣରୁ ତୁମେ ଆର୍ଥିକ ଲାଭ ରୋଜଗାରର ନୂତନ ଉତ୍ସ ଖୋଜିବାରେ ସକ୍ଷମ ହେବ ।
ଧନୁ: ୨୦୨୨ ଆପଣଙ୍କୁ କିଛି ନୂଆ ଶିଖାଇବ । ଆପଣଙ୍କ ଜୀବନରେ ଥିବା ଅଧୂରା ସ୍ଥାନକୁ ପୂର୍ଣ୍ଣ କରିବ । ଭଗବାନ ଗଣେଶଙ୍କ କୃପାରୁ ଆପଣଙ୍କ ଉପରେ ଆସୁଥିବା ସମସ୍ତ ବିପଦ ଦୂର ହେବ । ନିଜ ହିସାବରେ କାର୍ଯ୍ୟ କରିବେ । ଯେଉଁମାନେ ଆପଣଙ୍କୁ ଆଙ୍ଗଠି ଦେଖାଇଥିଲେ, ସେମାନେ ଆପଣଙ୍କୁ କ୍ଷମା ମାଗିବେ । ତୁମ ପୁରୁଣା ପ୍ରେମ ତୁମ ପାଖକୁ ଫେରିକି ଆସିବ । କିନ୍ତୁ ତୁମେ ବହୁତ ଆଗକୁ ବଢ଼ିଯାଇଥିବ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅଗ୍ରଗତି କରିବେ । ବ୍ୟବସାୟ କ୍ଷେତ୍ରରେ ବହୁତ ଲାଭ ମିଳିବ । ଯଦି ଆପଣ କିଛି ବ୍ୟବସାୟ କରିବାକୁ ଚାହୁଁଛନ୍ତି । ତାହାଲେ ଆରମ୍ଭ କରିନିଅନ୍ତୁ । କାରଣ ଏହି ବର୍ଷ ଆପଣଙ୍କ ପାଇଁ ଶୁଭ ପ୍ରମାଣିତ ହେବ ।
