ଆଫଗାନିସ୍ତାନର ପରିସ୍ଥିତି ପାଇଁ ବାଇଡେନ ସରକାର ଦାୟୀ : ଟ୍ରମ୍ପ
FILE - In this July 11, 2021, file photo former president Donald Trump speaks at the Conservative Political Action Conference (CPAC) in Dallas, Texas. The Justice Department says the Treasury Department must provide the House Ways and Means Committee Trump’s tax returns, apparently ending a long legal showdown over the records. (AP Photo/LM Otero, File)
ୱାସିଂଟନ : ଆଫଗାନିସ୍ତାନର ଉପୁଜିଥିବା ସଂଗୀନ ସ୍ଥିତି ନେଇ ମୁହଁରେ ଖୋଲିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି କି, ଏହା ଆମେରିକା ଇତିହାସରେ ସବୁଠୁ ବଡ଼ ପରାଜୟ । କାବୁଲ ରାଷ୍ଟ୍ରପତି ଭବନ କବଜା ଓ ଅସରଫ ଗନି ଦେଶ ଛାଡି ପଳାଇବା ପରେ ଏପରି ବୟାନ ଦେଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିଜ ମୁଖପାତ୍ରଙ୍କ ଜରିଆରେ ଟ୍ରମ୍ପ ଏଭଳି ବୟାନ୍ ଜାରି କରିଛନ୍ତି । ଏନେଇ ରାଷ୍ଟ୍ରପତି ବାଇଡେନଙ୍କ ଉପରେ ବର୍ଷିବା ସହ ଆଫଗାନିସ୍ତାନର ପରିସ୍ଥିତି ପାଇଁ ବାଇଡେନ ସରକାର ଦାୟୀ ବୋଲି କହିଛନ୍ତି ।
ଆଫଗାନିସ୍ତାନର ସ୍ଥିତି ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି ଟ୍ରମ୍ପ । ଆଫଗାନିସ୍ତାନର ୮୦ ପ୍ରତିଶତ ଅଂଶ ଏବେ ତାଲିବାନ କବଜାରେ ରହିଛି । ଏହା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ଯେ, ବର୍ତ୍ତମାନ ଟ୍ରମ୍ପ ରାଷ୍ଟ୍ରପତି ଥିଲେ ଆଫଗାନିସ୍ତାନର ସ୍ଥିତି ଅଲଗା କିଛି ହୋଇଥାନ୍ତା । ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଶପଥ ନେବା ପରେ ଆଫଗାନିସ୍ତାନରୁ ଆମେରିକା ସେନା ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଆମେରିକା ସେନା ଫେରିଆସିବା ପରେ ତାଲିବାନମାନେ ଖୁବ ସହଜରେ ଏବଂ ଶୀଘ୍ର ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଯାଇଥିଲେ। ଏବେ ତାଲିବାନ ଆଫଗାନିସ୍ତାନକୁ ଦଖଲକୁ ନେବା ସହ ଆଫଗାନିସ୍ତାନର ନାଁ ବଦଳାଇ ‘ଇସଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନ’ ନାମରେ ନାମିତ କରିବ ବୋଲି ଜଣାପଡ଼ିଛି।
