କୋଭିଡ କଟକଣା ମଧ୍ୟରେ ବସିବ ବିଧାନସଭା ଅଧିବେଶନ
ଭୁବନେଶ୍ୱର : କୋଭିଡ କଟକଣା ମଧ୍ୟରେ ବସିବ ବିଧାନସଭା ବଜେଟ ଅଧିବେଶନ । ଆଜି ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ମାସ ୨୫ ତାରିଖରେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯିବା ନେଇ ନିଷ୍ପତ୍ତି ହୋଇଛି ।
ଅଧିବେଶନର ପ୍ରଥମ ଦିନ ଅପରାହ୍ନ ୪ଟାରେ ଗୃହ ବସିବ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ ମୁଖ୍ୟ ସଚେତକ । ଏହି ଅଧିବେଶନ ମଧ୍ୟରେ ୨ ଦିନ କଂଗ୍ରେସ ଓ ୩ ଦିନ ବଜେପି ପକ୍ଷରୁ ପ୍ରଶ୍ନ ରଖାଯିବ । ସମ୍ପୂର୍ଣ୍ଣ କୋଭିଡ ନିୟମ ଅନୁସାରେ ଅଧିବେଶନ ବସିବା ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବଭଳି ବିଧାୟକମାନଙ୍କ ବସିବା ବ୍ୟବସ୍ଥା ସହ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ ଟେଷ୍ଟ କରାଯିବ ।
