ଉଦଘାଟିତ ହେଲା ସର୍ବ ଭାରତୀୟ ଚିନ୍ମୟ ମେମୋରିଆଲ ସତ୍ୟ ପ୍ରସନ୍ନ ଟି-୨୦ ଟୁର୍ଣ୍ଣାମେଣ୍ଟ
କେନ୍ଦୁଝର : କେନ୍ଦୁଝର ମାଇନିଂ ସ୍କୁଲ ଖେଳ ପଡିଆ ଠାରେ ସର୍ବ ଭାରତୀୟ ଚିନ୍ମୟ ମେମୋରିଆଲ ସତ୍ୟ ପ୍ରସନ୍ନ ଦିବାରାତ୍ର ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ସନ୍ଧ୍ୟାରେ ଆରମ୍ଭ ହୋଇ ଯାଇଛି । ଶଙ୍କର ସ୍ପୋର୍ଟିଂ କେନ୍ଦୁଝର ଦ୍ୱାରା ଆୟୋଜିତ ଏହି ସର୍ବ ଭାରତୀୟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ଅବଶରରେ ଅତିଥି ରୂପେ ପଦ୍ମଶ୍ରୀ ଦଇତାରି ନାଏକ, ତୁଳସୀ ମୁଣ୍ଡା, ମାଗୁଣି ଚରଣ କୁଅଁରଙ୍କ ସହ ସାଂସଦ ଚନ୍ଦ୍ରାଣି ମୁର୍ମୁ, ବିଜୁ ଜନତା ଦଳର ଜିଲ୍ଲା ସଭାପତି ମାଧବ ସର୍ଦାର, କାର୍ଯ୍ୟକ୍ରମ ର ଆବାହକ ସୌମ୍ୟ ଶଙ୍କର ଚକ୍ର ଥିବାବେଳେ ଅନ୍ୟ ବିଶେଷ ଅତିଥି ମାନେ ମଧ୍ୟ ଉପସ୍ଥିତ ରହି ଖେଳ ପ୍ରେମୀଙ୍କୁ ଉତ୍ସାହିତ କରିଥିଲେ । ଏହି ଟୋର୍ଣାମେଣ୍ଟ ମାଧ୍ୟମରେ ଜିଲ୍ଲାର କ୍ରିକେଟ ଖେଳାଳି ମାନେ ରାଜ୍ୟ ତଥା ଜାତୀୟ ସ୍ତରର ଖେଳାଳି ମାନଙ୍କ ସହିତ ନିଜ ମାଟିରେ ଖେଳିବା ସୁଯୋଗ ପାଉଛନ୍ତି ତଥା ପ୍ରଦର୍ଶନ କୁ ଆହୁରି ଉନ୍ନତ ମାନର କରିପାରିବେ ବୋଲି ଅଭିଭାଷଣ ମାଧ୍ୟମରେ ଶ୍ରୀଯୁକ୍ତ ସୌମ୍ୟ ଶଙ୍କର ଚକ୍ର କହିଥିଲେ । ଆଗାମୀ ଦିନରେ ଶଙ୍କର ସ୍ପୋଟିଂ ଏହିପରି ଏକ ଜାତୀୟ ସ୍ତରର ପ୍ରତିଯୋଗିତାକୁ ଆହୁରି ଉନ୍ନତମାନର ତଥା ମହା ଆଡମ୍ବରରେ କରାଯିବ ବୋଲି ମତ ରଖିଥିଲେ ଶ୍ରୀଯୁକ୍ତ ଚକ୍ର । ପ୍ରଥମ ଦିନ ଛତିଶଗଡ଼ ଫୋରେଷ୍ଟ ସହିତ ବିଶ୍ୱଭାରତୀ କଟକ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଏହି ଉଦଘାଟନି କାର୍ଯ୍ୟକ୍ରମ ର ପ୍ରଥମ ସନ୍ଧ୍ୟାରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହିଉମାନ ସାଗର ଓ ଦୀପ୍ତିରେଖା ପାଢ଼ୀଙ୍କ ଗୀତରେ ଦୁଲୁକିଲା ରଂଗମଂଚ । ହଜାର ହଜାର ଖେଳପ୍ରେମୀ ଏହି ରଂଗମଂଚ ର କାର୍ଯ୍ୟକ୍ରମ ତଥା ଖେଳର ମଜା ନେଇଥିଲେ । ଆତସବାଜି ମାଧ୍ୟମରେ ଦୁଲୁକୁ ଥିଲା ଖେଳପଡ଼ିଆ ଓ କେନ୍ଦୁଝର ସହର । ଫାଇନାଲ୍ ଖେଳ ପର୍ଯ୍ୟନ୍ତ ପ୍ରତେକ ଦିନ ଖେଳ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଜାନେବେ ଖେଳପ୍ରେମୀ ତଥା ଦର୍ଶକ ।
