ପୌଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ଗଡ଼ିଲା
ସୁବର୍ଣ୍ଣପୁର : ଅନ୍ତର୍ଜାତୀୟ ପୌଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ନଭେମ୍ବର- ୨୦୨୨ ଅବସରରେ ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏକ ସଚେତନତା ରଥ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସମ୍ବିଳନୀ କକ୍ଷ ପରିସର ଠାରୁ ଶୁଭାରମ୍ଭ ହୋଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ ।ଏହି ସଚେତନତା ରଥ ଜିଲ୍ଲାର ପ୍ରତ୍ୟକ ବ୍ଲକ ତଥା ସମ୍ବେଦନଶୀଳ ପଂଚାୟତ ଗୁଡିକ ଯଥା ସୋନପୁର ବ୍ଲକର ଲଛିପୁର ପଂଚାୟତ, ବୀରମହାରାଜପୁର ବ୍ଲକର ମୁରଶୁଣ୍ଢୀ, ଉଲୁଣ୍ଡା ବ୍ଲକର କୋଟସମଲେଇ, ତରଭା ବ୍ଲକ ବ୍ରାହ୍ମିଣୀ , ବିନକା ବ୍ଲକ ର ମହାଦେବପାଲି, ଡୁଙ୍ଗୁରିପାଲି ବ୍ଲକର ଶୁଖା ପଂଚାୟତ ଆଦି ଅଂଚଳରେ ସଚେତନତା ର ବାର୍ତା ଯେମିତି \” ଶିଶୁ ପନ୍ୟ ଦ୍ରବ୍ୟ ନୁହେଁ , ଏହାକୁ କିଣାବିକା କରନ୍ତୁ ନାହିଁ, ଆଇନଗତ ପଦ୍ଧତି ରେ ଗ୍ରହଣ କରନ୍ତୁ । ଶିଶୁ ପରିବାର ଚାହେଁ, ତାକୁ ପର କରନାହିଁ । ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ରେଣୁବାଳା ଦାଶ , ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ ଭୋଇ, ଜ଼ିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ୱର ଖାଖା , ଶିଶୁ ମଙ୍ଗଳ କମିଟି ସଦସ୍ୟ ରଂଜିତା ସାହୁ , ଜ଼ିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲବ ଷଡ଼ଙ୍ଗୀ, ସୋନପୁର ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର ଓ ବାଲ୍ୟ ବିବାହ ପରାମର୍ଶ ଦାତା ରାକେଶ ପ୍ରଧାନ । ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଖି, ଚାଇଲଡ ଲାଇନ . ଶିଶୁ ଯତ୍ନ ଅନୁଷ୍ଠାନ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମଚାରୀ, ଅଧିକାରୀ ଏବଂ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ ଥବିର କଲସେ, କେଶବଚନ୍ଦ୍ର ମେହେର, ସ୍ୱାଗତରାଜ ମିଶ୍ର, ବିଶ୍ୱେଶ୍ୱର ହୋତା, ରୁଦ୍ରପ୍ରସନ୍ନ ମିଶ୍ର, ପ୍ରଶାନ୍ତ ମହାକୁର ସରିତା ସୁନା, ସିଦ୍ଧାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
