କୋର୍ଟରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଗିରଫ
ଜୟପୁର : କୋର୍ଟରୁ ଚମ୍ପଟ ମାରିଥିବା ଅଭିଯୁକ୍ତକୁ ଗିରଫ କଲା ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ମାଛକୁଣ୍ଡ ଥାନା ମନ୍ତ୍ରୀପୁଟ ଗ୍ରାମର ମନ ପାଙ୍ଗୀ । ପୋଲିସ ସୁଚନା ଅନୁଯାଇ ବୈପାରିଗୁଡା ପୋଲିସ ଗତ ୨୦୨୨ ଜାନୁଆରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଚଢାଉ କରିଥିଲା । ଏହି ଚଢାଉରେ ମାଛକୁଣ୍ଡ ଥାନା ମନ୍ତ୍ରୀପୁଟ ଗ୍ରାମର ମନ ପାଙ୍ଗୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହି ସମୟରେ ପୋଲିସକୁ ଧକ୍କା ଦେଇ ଅଭିଯୁକ୍ତ ମନ ପାଙ୍ଗୀ ଚମ୍ପଟ ମାରିଥିଲା । ଏନେଇ ବୈପାରିଗୁଡା ପୋଲିସ ତରଫରୁ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ରେ ଜାଣି କୁନ୍ଦୁରାରୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି ।
