ଆଜିଠୁ ପାଞ୍ଚଦିନ ବ୍ୟାପି କଟକ ଶ୍ରୀଜଗନ୍ନାଥ ଭକ୍ତସମାଜର ୬ଷ୍ଠ ବାର୍ଷିକ ଉତ୍ସବ
କଟକ : ଆସନ୍ତା କାଲିଠାରୁ ୫ ତାରିଖ ପର୍ଯ୍ୟନ୍ତ କଟକ ପୋତାପୋଖରୀ ଖେଳପଡିଆଠାରେ ଶ୍ରୀଜଗନ୍ନାଥ ଭକ୍ତ ସମାଜର ଷଷ୍ଠ ବାର୍ଷିକ ଉତ୍ସବ ତଥା ବାବା ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦାସଙ୍କ ପ୍ରବଚନେ ୧୦୧ତମ ଶ୍ରୀ ଜଗନ୍ନାଥ ପାଂଚରାତ୍ର ଓ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ୨୪ ବେଶ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ୧ ତାରିଖ ସନ୍ଧ୍ୟା ୬ଟାରେ ଛତିଶା ନିଯୋଗ ନାୟକ ପୂଜ୍ୟ ଜନାର୍ଦ୍ଦନ ପାଟ୍ଟଯୋଶୀ ଉଦଘାଟକ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ, ପୋଲିସ କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ପିନାକ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ତରାଷ୍ଟ୍ରୀୟ ଶ୍ରୀ ଜଗନ୍ନାଥ ମହିମା ପ୍ରଚାରକ ପୂଜ୍ୟ ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ମହାରାଜ ଧାରାବାହିକ ପ୍ରବକ୍ତା ରୂପେ ଏଥିରେ ଯୋଗଦେବେ । ସଦ୍ଗୁରୁ ବାବା ବୈକୁଣ୍ଠନାଥଙ୍କ ୧୧୧ତମ ଜୟନ୍ତୀ ତଥା ନାମାଚାର୍ଯ୍ୟ ଶ୍ରୀମଦ୍ ବାୟାବାବା ଓ ଚକ୍ରଧର ବାବାଙ୍କର ନିତ୍ୟ ଲୀଳା ପ୍ରବିଷ୍ଟ ଉପଲକ୍ଷେ ଆୟୋଜିତ ଉକ୍ତ ଉତ୍ସବରେ ଡ. କିଶନଲାଲ ଭରତିଆ ସଭାପତିତ୍ୱ କରିବେ । ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଆନୁକୂଲ୍ୟରେ ପୂର୍ବ କଟକର ସମସ୍ତ ପୂଜା କମିଟି, ବୁଦ୍ଧିଜୀବୀ ତଥା ପୋତାପୋଖରୀ ଓ ମହାନିଦୀବିହାରର ପ୍ରତ୍ୟେକ ପରିବାର ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ନିମନ୍ତେ ପାଂଚରାତ୍ର ପରିଚାଳନା କମିଟିର ସଭାପତି କିଶନଲାଲ ଭରତିଆ, ପ୍ରଭାତ ବିଶ୍ୱାଳ, କର୍ପୋରେଟର ତାପସ ରଂଜନ ସାମନ୍ତରାୟ, ଇଂ ପୂର୍ଣ୍ଣଚନ୍ଦ୍ର ସାହୁ, ନିରୂପମା ବେହେରା, ଦେବେନ୍ଦ୍ରନାଥ ପରିଡା, ବବୁରାମ ସ୍ୱାଇଁ, ସମୀର କୁମାର ମହାନ୍ତି, ଦୁର୍ଯ୍ୟୋଧନ ସାହୁ, ଶଶିକାନ୍ତ ପରିଡା, ବୈକୁଣ୍ଠ ବିହାରୀ ମୁଦୁଲି, ନିରାକାର ମହାରଣା, ମନୋଜ ଘଡାଇ ପ୍ରମୁଖ ନିବେଦନ କରିଛନ୍ତି ।
