ପୁର୍ବତନ ଅଧ୍ୟକ୍ଷ ଙ୍କ ୨୧ତମ ଶ୍ରାଦ୍ଧବାର୍ଷିକୀ ମତପାର୍ଥ୍ୟକ୍ୟ ସତ୍ୱେ ସହମତିରେ ହେଉଥିଲା କାର୍ଯ୍ୟ
ଖଇରା : ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକ ର ପ୍ରାକ୍ତନ ଅଧ୍ୟକ୍ଷ,ଅଲିପୁର ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଗୋକୁଳ ଚନ୍ଦ୍ର ପଣ୍ଡାଙ୍କ ୨୧ତମ ପୂଣ୍ଣ୍ୟତିଥି ପାଳନ ଅବସରରେ ଏକ ସ୍ମୃତିସଭା ଶନିବାର ଦିନ ସାରଡାଙ୍ଗ ପଞ୍ଚାୟତର ଶ୍ୟାମରାଈ ସଂସ୍କୃତ ବିଦ୍ୟାଳୟରେ ପାଳିତ ହୋଇ ଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ପଣ୍ଡାଙ୍କ ପ୍ରତିମୁର୍ତ୍ତୀ ରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ପ୍ରାକ୍ତନ ପ୍ରଧାନ ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତିଚାରଣ ସଭାରେ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ବିଧାୟକ ପର୍ଶୁରାମ ପାଣିଗ୍ରାହୀ ଓ ଗୋକୁଳ ଚନ୍ଦ୍ରଙ୍କ ଅଧ୍ୟକ୍ଷ ସମୟର ଅବତାରଣା କରି ଉଭୟଙ୍କ ମଧ୍ୟରେ ମତାନ୍ତର ଥିଲା ସତ କିନ୍ତୁ ସିମୁଳିଆ ଖଇରା ବିକାଶ ପ୍ରସଙ୍ଗରେ ସହମତିରେ କାର୍ଯ୍ୟ ଚାଲୁଥିଲା । ଯାହା ଆଜିର ରାଜନୈତିକ ନେତାଙ୍କ ମଧ୍ୟରେ ବିରଳ ବୋଲି କହିଥିଲେ । ଖଇରା ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ରାଜନୀତିରେ ରହିବା ସତ୍ୱେ ସାମାଜିକ ଧର୍ମକୁ କେବେ ଭୁଲି ନଥିଲେ ବୋଲି କହିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହେମନ୍ତ କୁମାର ମିଶ୍ର,ଅବସରପ୍ରାପ୍ତ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ,ଅବସରପ୍ରାପ୍ତ ଶିକ୍ଷକ ଗଗନ ବିହାରୀ ପଣ୍ଡା,ବଳରାମ ଲେଙ୍କା ପ୍ରମୁଖ ପଣ୍ଡାଙ୍କର ବିଭିନ୍ନ ଗୁଣ ଉପରେ ଆଲୋକପାତ କରିଥିଲେ । ଅନାମନନ୍ଦ ଦାଶ ବେଦପାଠ,ଅଧ୍ୟାପକ ଉମାକାନ୍ତ ନାୟକ ଅତିଥି ପରିଚୟ,ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ପୃଷ୍ଟି ବିବରଣି ପାଠ,ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମଧ୍ୟମା ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ସାବିତ୍ରୀ ସାହୁ,ଉପଶାସ୍ତ୍ରୀ ରେ ସର୍ବାଧିକ ନମ୍ବର ରଖିଥିବା ଦିବ୍ୟଶଙ୍କର ପଣ୍ଡା,ଶାସ୍ତ୍ରୀରେ ତୁଳସୀ ପୃଷ୍ଟି ପ୍ରମୁଖଙ୍କୁ ମାନପତ୍ର ଓ ପୁସ୍ତକ ପ୍ରଦାନ କରାଯାଇ ସମ୍ବର୍ଦ୍ଧତ କରାଯାଇଥିଲା । ଅଧ୍ୟାପକ ପ୍ରଶାନ୍ତ ତ୍ରିପାଠୀ,ନିରଞ୍ଜନ ନାୟକ ଅଧ୍ୟାପିକା ଲତାଞ୍ଜଳୀ ଦାସ ,ଦୁଷ୍ମନ୍ତ ଲେଙ୍କା ,କର୍ମଚାରୀ ନିଳାମ୍ବର ବେହେରା ଓ ମଣିଭଦ୍ର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।
