୧୭ତମ ସ୍ୟାଣ୍ଡଫେଷ୍ଟ ମହୋତ୍ସବ ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ସହର ଷ୍ଟେସନ୍ କ୍ଲବ୍ ପରିସରରେ ୧୭ତମ ସ୍ୟାଣ୍ଡଫେଷ୍ଟ ମହୋତ୍ସବ ଉଦ୍ଘାଟିତ ହୋଇଛି । ପ୍ରତିଭା ଅନ୍ୱେଷଣ ଏବଂ ତା’ର ବିକାଶ ସୁରାଷ୍ଟ୍ର ଗଠନ ଦିଗରେ ଯୁବ ମହୋତ୍ସବ ଆଗକୁ ଆଗେଇ ଆସିବା ଜରୁରୀ । ଯୁବକ ବିକଶିତ ହେଲେ ଦେଶ ବିକଶିତ ହେବ । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
କମିଟିର ଅଧ୍ୟକ୍ଷ ଅଜୟ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । ଟ୍ରାଫିକ୍ ଥାନାର ଆଇଆଇସି ପ୍ରଜ୍ଞା ମହାନ୍ତି ପ୍ରଥମ ଦିବସ କାର୍ଯ୍ୟକ୍ରମକୁ ଫିତାକାଟି ଶୁଭାରମ୍ଭ କରିଥିଲେ । ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟର ଭିନ୍ନଭିନ୍ନ ଜିଲାରୁ ଶତାଧିକ ପ୍ରତିଯୋଗୀ ଇଂରାଜୀ ବତ୍କୃତା ପ୍ରତିଯୋଗିତା, ଟ୍ୟାଲେଣ୍ଟ ହଣ୍ଟ, ବେବି ଆଇକନ୍, ସିଙ୍ଗିଂ, ପେଣ୍ଟିଂ, ମିଷ୍ଟର୍ ଆଣ୍ଡ ମିସ୍ ସ୍ୟାଣ୍ଡପେଷ୍ଟ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସନ୍ଧ୍ୟାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ସେଣ୍ଡପେଷ୍ଟର ସଭାପତି ପ୍ରଦୀପ ଦାସଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ, ମୁଖ୍ୟବକ୍ତା ‘ମହାନଦୀ ବଞ୍ଚାଅ’ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଭାବେ କାଉନସିଲର୍ ପଦ୍ମଲୋଚନ ଲେଙ୍କା ପ୍ରତିଯୋଗୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ସଭାକାର୍ଯ୍ୟରେ କମିଟିର ଅଧ୍ୟକ୍ଷ ଅଜୟ କୁମାର ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ଶ୍ୟାମସୁନ୍ଦର ମହାନ୍ତି, ଉପ-ସଭାପତି ବିକାଶ ପାଢ଼ୀ, ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ସମ୍ପାଦକ ସିମନ୍ ଦାସ ମହାପାତ୍ର, ସାଙ୍ଗଠନିକ ସମ୍ପାଦକ ପାର୍ଥ ସାରଥି ଦାସ ଓ ଝାଡ଼େଶ୍ୱର ଜେନା, ସାଂସ୍କୃତିକ ସମ୍ପାଦକ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଉପଦେଷ୍ଟା ଗୌରହରି ମଲ୍ଲିକ, ସହ ସମ୍ପାଦକ ଶେଖ୍ ବୁରହାନ, ତୁଷାରକାନ୍ତି ତପସ୍ୱୀ ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମ ସଙ୍ଗଠକ ସୁକୀର୍ତି କର ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ । ବରିଷ୍ଠ ସଦସ୍ୟ ଅମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଦିବସରେ ଇଂରାଜୀ ବତ୍କୃତା, ଟ୍ୟାଲେଣ୍ଟ ହଣ୍ଟ, ମଡ଼ର୍ଣ୍ଣ ଡ୍ୟାନ୍ସ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଇଂରାଜୀ ବତ୍କୃତାରେ ଅଧ୍ୟାପକ ଚିତରଞ୍ଜନ ପରିଡ଼ା ଓ ସୁଶାନ୍ତ କୁମାର ରାଉତ ବିଚାରକ ଥିବାବେଳେ ଭାସ୍ୱତୀ କର ଏବଂ ଉମେଶ ବେହେରା ଟ୍ୟାଲେଣ୍ଟ ହଣ୍ଟରେ ନିର୍ମଳା ଭୋଇ, ଅନୁପମା ମିଶ୍ର ଏବଂ ସୋନାଲି ଶିଖା ପାଣିଗ୍ରାହୀ ମଡ଼ର୍ଣ୍ଣ ଡ୍ୟାନ୍ସରେ ଯୋଗ ଦେଇଥିଲେ । ଶିବାନୀ ମହାପାତ୍ର, ପାୟଲ ରଣା, ସ୍ମିତା ମହାନ୍ତି, ରଶ୍ମିରଞ୍ଜନ ପ୍ରଧାନ, କ୍ଷୀରାବ୍ଦୀ, ଉମେଶ ବେହେରା, ମନୋଜ କୁମାର ପଣ୍ଡା, ଦେବଶ୍ରୀ ମହାନ୍ତି, ବ୍ରଜ ପ୍ରଧାନ, ରାଜୀବ ଗିରି, ଦେବୀ ପ୍ରସାଦ ଦାସ ମହାପାତ୍ର ପ୍ରମୁଖ ସଦସ୍ୟାସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
