୧୪ତମ କୋଚିଲେଇ ମହୋତ୍ସବ ଉଦଯାପିତ
କଟକ : କଟକ ସଦର ଅନ୍ତର୍ଗତ ପରମହଂସ ପଂଚାୟତ ସ୍ଥିତ ସଫିପୁର ଗ୍ରାମରେ ପ୍ରତିଷ୍ଠିତ ମା’ କୋଚିଲେଇଙ୍କ ୧୪ତମ ମହୋତ୍ସବ ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟିର ସଭାପତି ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ ସିଂହଙ୍କ ସଭାପତିତ୍ୱରେ ତିନି ଦିନ ଧରି ଆୟୋଜିତ ଏହି ମହୋତ୍ସବର ଶେଷ ସନ୍ଧ୍ୟାରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଭାରତ ମସଲାର ପ୍ରତିଷ୍ଠାତା ସୁରେନ୍ଦ୍ରନାଥ ପଣ୍ଡା, ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡା, ଡାକ୍ତର ଜୟନ୍ତ ପଣ୍ଡା, ନିରାମୟ ଉପଦେଷ୍ଠା ରଞ୍ଜନ ବିଶ୍ୱାଳ, ଅବନୀ କାନୁନଗୋ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାଶ, ପ୍ରଦୀପ୍ତ ମାହାଳୀ ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନ କର୍ମକର୍ତ୍ତାଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସ୍ଥାନୀୟ ସରପଂଚ ତ୍ରିଲୋଚନ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚଇନି ଓ ଡାକ୍ତର ପଣ୍ଡାଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଂଚଳର ବିକାଶ ପାଇଁ ଗମାନା ଗମନ ପଥକୁ ଉନ୍ନତ କରିବା ପାଇଁ ଭାରତ ମସଲାର ପରିଚାଳନା ନିଦ୍ଦେର୍ଶକ ଶ୍ରୀ ପଣ୍ଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ଏହି ଶେଷ ସନ୍ଧ୍ୟାରେ କମିଟି ପକ୍ଷରୁ ଓଡିଶାର ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା ବେଳେ କଟକ ସଦର ବିକାଶ ମଂଚର ସଭାପତି ସୁବୋଧ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
