ଆଗ୍ରାରେ ୧୪ଦିନ ଶିଶୁକନ୍ୟାକୁ ବ୍ଲାକ୍ ଫଙ୍ଗସ, ଅପରେସନ ସଫଳ
ଆଗ୍ରା : ଆଗ୍ରାରେ ୧୪ ଦିନର ଶିଶୁକୁ ବ୍ଲାକ୍ ଫଙ୍ଗସ ହେବା କାରଣରୁ ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର ଫଳରେ ଜୀବନ ବଂଚିଯାଇଛି । ଏତେ ଛୋଟ ଶିଶୁର ବ୍ଲାକ୍ ଫଙ୍ଗସ ହେବା ଦେଶର ପ୍ରଥମ ମାମଲା ବୋଲି କୁହାଯାଉଛି । ଏମ୍ସ ମେଡ଼ିକାଲ କଲେଜର ନୋଡ଼ାଲ ଅଧିକାରୀ ଡା. ଅଖିଳ ପ୍ରତାପ କହିଛନ୍ତି ଯେ, ହାଥରସ ନିବାସୀ ଏକ ପରିବାରର ୧୪ ଦିନ ପୂର୍ବରୁ ଏହି ଶିଶୁକନ୍ୟାଟିର ଜନ୍ମ ହୋଇଥିଲା । ଜନ୍ମ ହେବା ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାକୁ ତୁରନ୍ତ ଘରୋଇ ହସ୍ପିଟାଲର ଏନଆଇସିୟୁରେ ଭର୍ତି କରାଯାଇଥିଲା । ଏହା ପରେ ଶିଶୁକନ୍ୟାର ଗାଲ ଉପରେ କଳା ଦାଗ ନଜରକୁ ଆସିଥିଲା । ଶନିବାର ଦିନ ଶିଶୁକନ୍ୟାଟିର ପିରବାର ଲୋକ ତାକୁ ଆଗ୍ରାର ଏସଏନ ମେଡ଼ିକାଲ କଲେଜ ନେଇଥିଲେ । ସେଠାରେ ସମ୍ପର୍କୀୟ ମାନଙ୍କ ସହମତି ପରେ ସୋମବାର ଦିନ ଶିଶୁଟିର ସଫଳ ଅପେରସନ କରାଯାଇଥିଲା ।
ସେ କହିଛନ୍ତି ଯେ, ଶିଶୁକନ୍ୟାଟିର ଆଖବର ଅପରେସନ ମେଡ଼କାଲ କଲେଜର ଇଏନଟି ବିଭାଗ ର ଟିମ୍ କରିଛନ୍ତି । ସେ ଏବେ ବିପଦମୁକ୍ତ ଅଛି । ବିଶେଷଜ୍ଞ ଡାକ୍ତର ତାର ଦେଖାଚାହାଁ କରୁଛନ୍ତି । କୋଭିଡ଼ ର ଦ୍ୱିତୀୟ ଲହରରେ ପୋଷ୍ଟ କୋଭିଡ କମ୍ପ୍ଲିକେସନ ପାଇଁ ଫଙ୍ଗସ ରୋଗୀ ଦେଖିବାକୁ ମିଳୁଛି । ପୁରା ଦେଶରେ ଏତେ କମ୍ ବୟସର ଶିଶୁର ପ୍ରଥମ ମାମଲା ସାମନାକୁ ଆସିଲା । ଶିଶୁଟି ଏବେ ଏହି ବେମାରୀରୁ ମୁକ୍ତ ହୋଇଛି କିନ୍ତୁ ଏବେ ତାର ବିଶେଷ ଧ୍ୟାନ ରଖାଯାଇଛି । ଶିଶୁଟି ସହ ନିରନ୍ତର ଯୋଗାଯୋଗ ହେତୁ ଘରୋଇ ଡାକ୍ତରଖାନା ଏବଂ ପରିବାର ସଦସ୍ୟଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି । ବର୍ତମାନ ଏସଏନ ମେଡ଼ିକାଲ କଲେଜରେ ୪୦ ଜର ଫଙ୍ଗସ ରୋଗୀ ଭର୍ତି ହୋଇଛନ୍ତି । ସେଥିମଧ୍ୟରୁ ୩୨ ଜଣ ନିଶ୍ଚିତ ହୋଇଛନ୍ତି ଏବଂ ୮ଟି ମାମଲାରେ ସନ୍ଦେହ ରହିଛି । ଡକ୍ଟର ଅଖିଳ ପ୍ରତାପ କହିଛନ୍ତି ଯେ, ଶିଶୁଟିର ସ୍ୱାସ୍ଥ୍ୟ ଭଲ ହେବା ପରେ ଆଉ ଏକ ଅସ୍ତ୍ରୋପଚାର କରାଯିବ । ତାର ବୟସ ଏବେ ବହୁତ କମ୍ ଅଛି, ତେଣୁ ଅସ୍ତ୍ରୋପଚାର ପରେ ଯେତେବେଳେ ସେ ବଡ଼ ହେବ, ତା ମୁହଁରେ ଛୋଟ ଦାଗ ଦେଖାଯିବ ।
