ଡିଭାଇନ୍ ଟ୍ୟୁଟୋରିଆଲର ୧୨ତମ ବାର୍ଷିକ ଉତ୍ସବ! ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୋଟିଏ ଗୋଟିଏ ମଣିଷ ତିଆରି କାରଖାନା
ନୀଳଗିରିି : ନୀଳଗିରିି ସହରରେ ଥିବା ଅଗ୍ରଣୀ ଡିଭାଇନ୍ ଟ୍ୟୁଟୋରିଆଲର ୧୨ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଅଛି । ଆଜିର ଏହି ୧୨ତମ ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଶ୍ରେଷ୍ଠ କବି ପ୍ରତିଭାଶ୍ରୀର ମୁଖ୍ୟ ପରିଚାଳକ ପ୍ରଶାନ୍ତ କୁମାର ଦାସ ମଂଚାସୀନ ରହି ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୋଟିଏ ଗୋଟିଏ ମଣିଷ ତିଆରି କାରଖାନା ବୋଲି ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ସନ୍ତୋଷ ନାୟକ ଯୋଗଦେଇ ପ୍ରତି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହେଲେ ସେ ଅନୁଷ୍ଠାନର ଛାତ୍ରଛାତ୍ରୀ ଜଣେ ଜଣେ ପ୍ରତିଭାବାନ ଛାତ୍ରଛାତ୍ରୀ ଭାବେ ସମାଜରେ ପରିଗଣିତ ହୋଇପାରିବେ ବୋଲି କହିଥିଲେ।
ସମ୍ମାନୀତ ଅତିଥି ଭାବେ ଚେନ୍ନାଇ ଜିଓଟଙ୍ଗ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ମୃତ୍ୟୁଂଜୟ ମହାରଣା ଯୋଗ ଦେଇ ପ୍ରତି ଛାତ୍ରଛାତ୍ରୀଙ୍କର ଲୁକ୍କାୟିତ ପ୍ରତିଭାକୁ ଉତ୍ସବ ମାଧ୍ୟମରେ ପରିପ୍ରକାଶ ହୋଇଥାଏ ବୋଲି ଦିଗ୍ଦର୍ଶନ ଦେଇଥିଳେ । ଡିଭାଇନ୍ ଟ୍ୟୁଟୋରିଆଲର ଅଧ୍ୟକ୍ଷ ତଥା ପରିଚାଳକ ସୁଶାନ୍ତ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ସମାଜସେବିକା ବୀଣାପାଣି ପାତ୍ର ମଂଚାସୀନ ରହି ନିଜର ବକ୍ତବ୍ୟ ରଖିଥିଲେ । ଟ୍ୟୁଟୋରିଆଲ ଅଧ୍ୟକ୍ଷ ସୁଶାନ୍ତ କୁମାର ମହାପାତ୍ର ଙ୍କ ମାଆ ଶ୍ରମତୀ ମହାପାତ୍ର ମଂଚାସିନ ଥିଲେ । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବେଦପାଠ, ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଶେଷରେ ଅନୁଷ୍ାଂନର ଅଧ୍ୟକ୍ଷ ସୁଶାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
