ସେପ୍ଟେମ୍ବର ୧୦ରେ ରିଲିଜ ହେବ ‘ଥିଲାଇଭି’
ମୁମ୍ବାଇ : ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ବଡ଼ ପରଦାରେ ରିଲିଜ ହେବ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଥିଲାଇଭି’ । ଏନେଇ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ବଲିଉଡ଼ର ପଙ୍ଗା କୁଇନ୍ କଙ୍ଗନା ରଣାୱତ । ‘ଥିଲାଇଭି’ ଫିଲ୍ମରେ ଅଭିନୟ ଜଗତରେ ଏଣ୍ଟ୍ରି କରି ସୁପରଷ୍ଟାର ହୋଇଥିବା ଜଣେ ଯୁବତୀ କିପରି ରାଜନୀତି କ୍ଷେତ୍ରରେ ପାଦ ଥାପି ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି । ଆଉ ଶେଷରେ ଲୋକଙ୍କ ପାଇଁ ପାଲଟିଯାଉଛନ୍ତି `ଅମ୍ମା’। ଏସମସ୍ତ ଘଟଣାର ଝଲକ୍ ଦେଖିବାକୁ ମିଳିବ ।
କଙ୍ଗନା ଏକ ପୋଷ୍ଟ ଶେଆର କରି ଲେଖିଛନ୍ତି, ଏପରି ପ୍ରତିଷ୍ଠିତ ମହିଳାଙ୍କ କାହାଣୀ କେବଳ ବଡ଼ ପରଦାରେ ଦେଖାଯିବା ଯୋଗ୍ୟ । ରଙ୍ଗିନ ଦୁନିଆରେ ଜଣେ ସୁପରଷ୍ଟାରଙ୍କ ଏଣ୍ଟ୍ରି ପାଇଁ ସବୁ କିଛି ପ୍ରସ୍ତୁତ ଅଛି। ଏପରି ଏକ ସ୍ଥାନରେ ତାଙ୍କୁ ଦେଖନ୍ତୁ, ଯେଉଁଠି ସେ ସବୁବେଳେ ଶୋଭା ପାଆନ୍ତି। ‘ଥିଲାଇଭି’ ସେପ୍ଟେମ୍ବର ୧୦ ତାରିଖରେ ଆପଣଙ୍କ ନିକଟ ସିନେମା ଘରକୁ ଆସୁଛି। ଏପରି ମହିଳାଙ୍କ ଜୀବନର ଭବ୍ୟ ଅନୁଭବ କେବଳ ବଡ଼ ପରଦାରେ ହିଁ ନିଆଯାଇ ପାରିବ। ଜୟଲଳିତା ସବୁବେଳେ ସିନେମା ସହ ଯୋଡ଼ି ହୋଇ ରହିବାକୁ ଭଲ ପାଉଥିଲେ। ତେଣୁ ତାଙ୍କ କାହାଣୀକୁ ବଡ଼ ପରଦାରେ ଜୀବନ୍ତ କରିବା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଏକମାତ୍ର ଉପାୟ ବୋଲି କହିଛନ୍ତି ପ୍ରଡ୍ୟୁସର ବିଷ୍ଣୁ ବର୍ଦ୍ଧନ ଇନ୍ଦୁରୀ। ଏଥିନିମନ୍ତେ ସମଗ୍ର ଦେଶର ଥିଏଟର ଖୋଲାଯିବାକୁ ସେ ଅପେକ୍ଷା କରିଥିଲେ। କଙ୍ଗନାଙ୍କୁ ଏହି ଫିଲ୍ମରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଳଲଳିତାଙ୍କ ଗେଟ୍ଅପ୍ରେ ଦେଖିବାକୁ ମିଳିବ। ଏଥିସହ ତାଙ୍କର ଦମ୍ଦାର ଅଭିନୟ ଦେଖିବାକୁ ମିଳିଛି। ଟ୍ରେଲରରେ କେବଳ କଙ୍ଗନାଙ୍କ ଅଭିୟନ ନୁହଁ ତାଙ୍କ ଦମଦାର ଡାଏଲଗ ରହିଛି। ଯାହା ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି। ଜୟଲଳିତାଙ୍କ ଜୀବନର ବିଭିନ୍ନ ସୋପାନକୁ ଏହି ଫିଲ୍ମରେ ବେଶ୍ ଜୀବନ୍ତ ଭାବେ ଚିତ୍ରଣ କରାଯିବାକୁ ଚେଷ୍ଟା କରାଯାଇଛି। ଜୟଲଳିତାଙ୍କ ସଂଘର୍ଷଠାରୁ ଆରମ୍ଭ କରି ସଫଳତ ଯାଏଁ ଏବଂ ପ୍ରଭାଶାଳୀ ରାଜନେତା ହେବା ଯାଏଁ ସବୁ କିଛି ଏହି ଫିଲ୍ମରେ ଦେଖିବାକୁ ମିଳିବ । ଜୟଲଳିତାଙ୍କ କ୍ୟାରେକ୍ଟରକୁ ବେଶ୍ ଜୀବନ୍ତ ଭାବେ ପରଦାରେ ଫୁଟାଇବାକୁ ପ୍ରୟାସ କରିଛନ୍ତି କଙ୍ଗନା।
