ସୋରରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମ ଦିବସ ପାଳିତ
ସୋର : ସୋର ସତସଙ୍ଗ ବିହାର ଠାରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୫ତମ ଜନ୍ମ ଦିବସ ପାଲିତ ହୋଇଯାଇଛି । ଡ. ଶଶାଙ୍କ ଶେଖର ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ସର୍ବପ୍ରଥମେ ପ୍ରାତଃକାଳ ପ୍ରାର୍ଥନା, ସଂଗୀତାଞ୍ଜଳି, ଜନ୍ମଲଗ୍ନ ଘୋଷଣା ପରେ ମ୍ମାହ୍ନରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ନରହରି ବେହେରା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅଭିନ୍ନ କୁମାର ପଟ୍ଟନାୟକ ଶ୍ରୀଶ୍ରୀ ଠାକୁରଙ୍କ ଭାବାଦର୍ଶ ଉପରେ ଆଲୋକପାତ କରିଥିଲେ । ସଭାରେ ହରିହର ସାହୁ, କୈଳାସ ପଣ୍ଡା, ଗୁରୁପ୍ରସନ୍ନ ପଣ୍ଡା, ଯଦୁନାଥ ବାରିକ ପ୍ରମୁଖ ଯୋଗଦେଇ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏବଂ ଅପରାହ୍ଣରେ ଶାନ୍ତିଲତା ଆଚାର୍ଯ୍ୟଙ୍କ ଅଧକ୍ଷତାରେ ମା’ ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିତେନ୍ଦ୍ର ପ୍ରସାଦ ଦାସ, କୃଷ୍ଣ ଚନ୍ଦ୍ର ସାହୁ, ରବିନାରାୟଣ ଦାସ, ପ୍ର‘ୁଲ୍ଲ ପାତ୍ର, ଅଜିତାଭ ନାୟକ, ବୈକୁଣ୍ଠ ମହାପାତ୍ର, ନିମାଇଁ ଚରଣ ମହାନ୍ତି, ପବିତ୍ର କିରଣ ପାଢ଼ୀ, ଉତ୍ପଳ କୁମାର ପାଢୀ, ଶଶାଙ୍କ ବେହେରା, ସୁରେନ୍ଦ୍ର ନାଥ ବାରିକ, ସଦାନନ୍ଦ ବେହେରା, ମନୋରଞ୍ଜନ ପାଣିଗ୍ରାହୀ, ଜିତେନ୍ଦ୍ର ସାହୁ, ଅମୀୟ କୁମାର ମିଶ୍ର ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।
