ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ : ରୋହିତ ଆଉଟ, ପ୍ରିୟଙ୍କ ଇନ
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସ୍କ୍ବାଡ୍ରୁ ବାଦ୍ ପଡ଼ିଲେ ଭାରତୀୟ ଓପନର ତଥା ଉପ ଅଧିନାୟକ ରୋହିତ ଶର୍ମା । ଏହାକୁ ନେଇ ବିସିସିଆଇ ସଚିବ ଜୟ ଶାହା ସୂଚନା ଦେଇଛନ୍ତି । ଅଭ୍ୟାସ ବେଳେ ରୋହିତ ଶର୍ମା ହାମଷ୍ଟ୍ରିଙ୍ଗ୍ ଶିକାର ହୋଇଥିଲେ । ଏଥିପାଇଁ ସେ କିଛି ସମୟ ବିଶ୍ରାମ ନେବା ଆବଶ୍ୟକ ।
ଫଳରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ହେବାକୁ ଥିବା ୩ ଟିକିଆ ଟେଷ୍ଟ ସ୍କ୍ବାଡରୁ ତାଙ୍କୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ଗୁଜୁରାଟର ବ୍ୟାଟର ପ୍ରିୟଙ୍କ ପାଞ୍ଚଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ନିକଟରେ ହିଁ ରୋହିତ ଶର୍ମାଙ୍କୁ ଦିନିକିଆ ଟି-୨୦ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଥିବା ବେଳେ ଟେଷ୍ଟ ଦଳର ଉପ ଅଧିନାୟକ ଦାୟିତ୍ବ ଦିଆଯାଇଛି । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଅଭ୍ୟାସ କରୁଥିବା ବେଳେ ଆହତ ହୋଇଛନ୍ତି ରୋହିତ ଶର୍ମା । ଟେଷ୍ଟ ଓ ଦିନିକିଆ ସିରିଜ୍ ପାଇଁ ଖୁବଶୀଘ୍ର ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଡିସେମ୍ବର ୨୬ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ଡିସେମ୍ବର ୧୬ରେ ଏକ ଚାଟାର୍ଡ ବିମାନ ଯୋଗେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଉଡାଣ ଭରିବ । ବିରାଟ କୋହଲିଙ୍କୁ ହଟାଇ ରୋହିତ ଶର୍ମାଙ୍କୁ ଭାରତୀୟ ସୀମିତ ଓଭର କ୍ରିକେଟ ଟିମ୍ର ଅଧିନାୟକ କରିଛି ବିସିସିଆଇ । ଫଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ରୋହିତ ଶର୍ମା ପ୍ରଥମେ ବିରାଟଙ୍କ ଅଧିନାୟକତ୍ବରେ ଖେଳିବାର ଥିଲା ଓ ପରେ ବିରାଟ ଦିନିକିଆ ସିରିଜରେ ରୋହିତଙ୍କ ଅଧୀନରେ ଖେଳିବାର ଥିଲା । ତେବେ ରୋହିତ ଟେଷ୍ଟ ସିରିଜ୍ରୁ ବାଦ ପଡ଼ିବାରେ ଦିନିକିଆରେ ସିରିଜ୍ ଖେଳିବେ କି ନାହିଁ ତାହାକୁ ନେଇ ସନ୍ଦେହ ଦେଖା ଦେଖାଦେଇଛି ।
ଭାରତୀୟ ଟେଷ୍ଟ ସ୍କ୍ୱାଡ୍: ବିରାଟ୍ କୋହଲି (କ୍ୟାପଟେନ୍), ଲୋକେଶ ରାହୁଲ୍, ମୟଙ୍କ ଅଗ୍ରୱାଲ୍, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ପ୍ରିୟାଙ୍କ ପାଂଚାଲ, ଶ୍ରେୟସ ଆୟ,ର୍ ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ଋଦ୍ଧିମାନ ସାହା (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ, ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ ।
