ସେନା ଗୁଳିରେ ଆତଙ୍କବାଦୀ ମୁଜିବ ଲୋନ୍ ମୃତ
ସୋପିୟା : ସୋପିୟା ଜିଲ୍ଲାର ରଖମା ଅଂଚଳରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ସଂଘର୍ଷରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ଆତଙ୍କବାଦୀ ରେଡ଼ବାନୀ, କୁଲଗାମ ନିବାସୀ ମୁଜିବ ଲୋନ୍ ୯ ସେପ୍ଟେମ୍ବରକୁ ଆତଙ୍କବାଦୀ ସଂଗଠନର ହାତ ଧରିଥିଲା ଏବଂ ଠିକ୍ ୨୧ ଦିନ ପରେ ମରିଛି । ସେ କୌଣସି ଆତଙ୍କବାଦୀ ସଂଗଠନ ସହିତ ସମ୍ବନ୍ଧିତ ଅଛନ୍ତି, ଏବେ ପର୍ଯ୍ୟନ୍ତ ଏହା ବିଷୟରେ କୌଣସି ସୂଚନା ମିଳିନାହିଁ । ଅଂଚଳରେ ଅନ୍ୟ ଦୁଇ ଆତଙ୍କବାଦୀଙ୍କ ଲୁଚିଥିବାର ଆଶଙ୍କା ଥିବାରୁ ସୁରକ୍ଷାକର୍ମୀ ଆଖପାଖର ଅଂଚଳରେ ତଲାସୀ ଅଭିଯାନ ଜାରି ରଖିଛି ।
