ଆତଙ୍କବାଦ ପାଣ୍ଠି : ଜାମ୍ମୁ କାଶ୍ମୀରର ଅନେକ ଅଂଚଳରେ ଏନଆଇଏର ଚଢ଼ାଉ
ଶ୍ରୀନଗର : ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଂଚଳରେ ଆତଙ୍କବାଦୀ ପାଣ୍ଠି ମାମଲାରେ ଚଢ଼ାଉ କରିଛି । ବର୍ତମାନ ସପିଆନ ଜିଲ୍ଲାର ୱାଚି, ଜୌନପୁରା ଏବଂ ଅନ୍ୟ ୪ଟି ସ୍ଥାନରେ ସକାଳଠାରୁ ଚଢ଼ାଉ ଜାରି ରହିଛି । ଏନଆଇଏ ବ୍ୟତୀତ ଏହି ଚଢ଼ାଉରେ ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିର ସହଯୋଗ ମଧ୍ୟ ନିଆଯାଇଛି ।
