୨୧ ଟିକିଆ ହାତୀପଲଙ୍କ ଆତଙ୍କ, ଅଞ୍ଚଳବାସୀ ଭୟଭୀତ
କେସିଙ୍ଗା : କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ରେଙ୍ଗାଲି ପାହାଡ଼ରେ ୨୧ ଟିକିଆ ହାତୀପଲଙ୍କ ଆତଙ୍କ । ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ ।
ବର୍ତ୍ତମାନ ହାତୀପଲଟି ଜଙ୍ଗଲକୁ ନଫେରି ରେଙ୍ଗାଲି ପାହାଡ଼ ଉପରେ ଥିବା ଦେଖିବାକୁ ମିଳିଛି। ସେହିପରି ରୁପ୍ରାରୋଡ୍ ସେକ୍ସନ୍ ଅଧୀନ ରୁପ୍ରା ନିକଟ କର୍ମେଗାଁ ପଞ୍ଚାୟତ ଟାଙ୍ଗିରି ଡଙ୍ଗରରେ ୨୧ ଘରିଆ ହାତୀପଲ ଥିବା ସୋମବାର ସକାଳେ ଚାଷୀ ଦେଖିବାକୁ ପାଇଥିଲେ। ଏ ନେଇ ଜଙ୍ଗଲ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ହାତୀଗୁଡିକର ଗତିବିଧି ଉପରେ ନଜର ରଖିଛନ୍ତି । ଉକ୍ତ ହାତୀପଲରେ ଗୋଟିଏ ଦନ୍ତା, ୩ଟି ଦନ୍ତାହାତୀ, ୧୧ଟି ମାଈ ହାତୀ ଓ ୬ଟି ଛୋଟ ହାତୀ ଥିବା ଜଣାପଡିଛି । ସୂଚନା ଯେ, ଏହି ହାତୀପଲ ହାବୁଡ଼ରେ ପଡ଼ି ଗତ ଶନିବାର ଦିନ ନର୍ଲା ବ୍ଲକ ବାଗପୁର ଗାଁର ଚମ୍ପା ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା ।
