ତେଲ ଉତ୍ପାଦନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲେ ୩ରୁ ଉର୍ଦ୍ଧ୍ୱ
ଜୟପୁର : ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ରାଜସ୍ଥାନ ଜମୱାରାମଗଡ଼ ନିକଟସ୍ଥ ଧୁଲାରାବଜୀ ଅଂଚଳରେ ଥିବା ଏକ ତେଲ ଉତ୍ପାଦନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ୩ରୁ ୪ଜଣ ଜୀବନ୍ତ ଜଳିଯାଇଥିବା ଜଣା ପଡ଼ିଛି । ଘଟଣାସ୍ଥଳରେ ସିଭିଲ୍ ଡିଫେନ୍ସ ଟିମ୍ ଏବଂ ପୋଲିସ କର୍ମଚାରୀ ପହଂଚିଛନ୍ତି ।
ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଅଗ୍ନିକାଣ୍ଡ ଘଟଣା ଶୁଣିବା ପରେ ଘଟଣାସ୍ଥଳରେ ଭିଡ଼ ଜମିଥିଲା । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ କାରଖାନା ମାଲିକ ନିଜ ଘରେ ଏହି କାରଖାନା ସ୍ଥାପନ କରିଥିବା ସୂଚନା ରହିଛି ।
