ବିଜେପି ପକ୍ଷରୁ ତେନ୍ତୁଳିଖୁଣ୍ଟି ବ୍ଲକ୍ ଘେରାଉ
ନବରଙ୍ଗପୁର : ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ଜଗଦିଶ ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ଶ୍ରୀ ଗୌରୀ ଶଙ୍କର ମାଝୀ ଓ ବ୍ଲକ ପ୍ରଭାରୀ କାହ୍ନୁ ଦାସଙ୍କ ନେତୃତ୍ବରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଯୋଗ୍ୟ ହିତାଧୀକାରୀଙ୍କୁ ଆବାସ ଗୃହ ଯୋଗାଇ ଦେବା, ଅଁଳାଭଟା ପଞ୍ଚାୟତରେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାରଙ୍କ ମାଗଣାରେ ମିଳୁଥିବା ତିନିମାସର ବକେୟା ଚାଉଳ ନ ମିଳିବା ଓ ଅନ୍ୟ ସମସ୍ୟାକୁ ନେଇ ତେନ୍ତୁଳିଖୁଣ୍ଟି ବ୍ଲକ ଅଫିସ ଘେରାଉ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରା ଯାଇଥିଲା। ଅଯୋଗ୍ୟ ହିତାଧୀକାରୀଙ୍କୁ ବାଦ ଦେଇ ଆବାସ ଯୋଜନାର ନିର୍ଦ୍ଦେଶନାମା ନିୟମାବଳୀକୁ ଗୁରୁତର ସହ ପାଳନ ପୂର୍ବକ ଜଣେ ବି ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ନ ହେବେ ତାହା ସୁନିଶ୍ଚିତ କରିବାକୁ ଦୃଢ ଦାବି ଜଣାଇ ଥିଲେ । ଆବାସ ପାଇବା ପାଇଁ ଯୋଗ୍ୟ ୧୦୫୫ ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ପତ୍ର ଦିଆଗଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଅଚ୍ୟୁତା ନନ୍ଦ ବିଷୋୟୀ,ମହିଳା ମୋର୍ଚ୍ଚା ସଭାନେତ୍ରୀ ସର୍ମିଷ୍ଟା ଦେଓ,ଜିଲା ମିଡିଆ ସଂଯୋଜକ ଦେବଦାସ ମହାଙ୍କୁଡ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଧରଣୀ ସିଂ, ସନ୍ତୋଷ ପାତ୍ର , ପ୍ରଦୀପ ସାହା, ପର୍ଶୁ ବିଶୋଇ, ଫକିର ବିଶୋଇ,ତେନ୍ତୁଳିଖୁଣ୍ଟି ମଣ୍ଡଳ ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ଜେନା,ବାବୁଲା ନାୟକ, ଅଞ୍ଚଳ ଗୁମ୍ମା ମଣ୍ଡଳର ସଭାପତି ନନ୍ଦନ ବିଷୋୟୀ, ସାଧାରଣ ସମ୍ପାଦକ ଅଭିମନ୍ୟୁ ହରିଜନ, ଅକ୍ଷୟ ମହାନ୍ତି, ରାଜେଶ ବାଘ, ଆଶିଷ ଟାକ୍ରୀ,କ୍ଷମାଶିଳ ମହାପାତ୍ର,ପ୍ରଫୁଲ୍ଲ ନାୟକ,ପ୍ରଶାନ୍ତ ନାୟକ,ବିନୁ ସୁନା,ଭିକି ଜେନା,ଗୋକୁଳ ବିଷୋୟୀ, ମୁନ୍ନା ସାହୁ ସହ ୧୦୦୦ରୁ ଉର୍ଦ୍ଧ୍ବ ଆଶାୟୀ ହିତାଧିକାରୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।
