ନୂତନ ଷ୍ଟାଡିୟମର ଭିତିଭୂମିକୁ ଓଡ଼ିଶା କ୍ରିକେଟ ଆସୋସିଏସନର ବୈଷୟିକ ଟିମ ପରିଦର୍ଶନ କରିବେ
ଝାରସୁଗୁଡ଼ା : ଓଡ଼ିଶା କ୍ରିକେଟ ଆସୋସିଏସନର ସଂପାଦକ ସଂଜୟ ବେହେରା ଓ ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି ଙ୍କ ନିର୍ଦ୍ଧେଶ ରେ ଏକ ବୈଷୟିକ ଟିମ ଗ୍ରାଉଣ୍ଡ ଟେକ୍ନିକାଲ କମିଟିର ଅଧ୍ୟକ୍ଷ ଭାବରେ ଧିରେନ ପଲେଇଙ୍କ ନେତୃତ୍ୱରେ କମିଟି ସଦସ୍ୟ ଦେବାଶିଷ ପାଢୀ, ମୁଖ୍ୟ ପରାମର୍ଶଦାତା ବିଷ୍ଣୂ ମହାପାତ୍ର, ହୃଷିକେଶ ସିଂ ପ୍ରମୁଖ ଗସ୍ତ ଆସି ଆସନ୍ତା ୧୩ ତାରିଖ ସୋମବାର ଦିନ ଝାରସୁଗୁଡ଼ା ମାଲିମୁଣ୍ଡା ଠାରେ ନବ ନିର୍ମିତ ଷ୍ଟାଡିୟମ ପରିଦର୍ଶନ କରିବେ । ୧୩ ତାରିଖ ଠାରୁ ୧୫ ତାରିଖ ଯାଏ ଝାରସୁଗୁଡ଼ା ଠାରେ ରହି ଗ୍ରାଉଣ୍ଡ ଟେକ୍ନିକାଲ କମିଟିର ସଦସ୍ୟମାନେ ପ୍ରସ୍ତାବିତ ଭିତିଭୂମି ବିକାଶ କାର୍ଯ୍ୟକ୍ରମ ଅନୁଯାୟୀ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନର ସହାୟତାରେ ଝାରସୁଗୁଡ଼ା ଠାରେ ଭିତିଭୂମିର ଅନୁଧ୍ୟାନ କରି ଜିଲ୍ଳାରେ ଥିବା ଅନ୍ୟାନ୍ୟ ଖେଳ ପଡିଆ ଦେଖିବେ ।
ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ପ୍ରଜ୍ଜ୍ୱଳ ପଟେଲ, ଓସିଏର ଯୁଗ୍ମ ସଂପାଦକ ମେହତାବ ଖାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶିଳ କୁମାର ମିଶ୍ର ,ଜିଲ୍ଲା କ୍ରୀଡ଼ା ସଂଘର ସାଧାରଣ ସଂପାଦକ ତାପସରାୟ ଚୌଧୁରୀ, ଉପ-ସଭାପତି ଜୀବନ ମହାନ୍ତି , ବିଜୟ ବେହେରା ପ୍ରମୁଖ କମିଟି ସହ ସାମିଲ ହୋଇ ଭିତିଭୂମି ଅନୁଧ୍ୟାନରେ ସହାୟତା କରିବେ ବୋଲି ଜଣା ଯାଇଛି । ପରିଦର୍ଶନ ପରେ ଜିଲ୍ଲାପାଳଙ୍କ ସହ ମଧ୍ୟ କମିଟି ସଦସ୍ୟ ଆଲୋଚନା କରିବେ । ଗତ ୭ ତାରିଖ ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ଜିଲ୍ଲାରେ କ୍ରୀଡ଼ା ଭିତିଭୂମିର ବିକାଶ ନେଇ ଆଲୋଚନା କରିବା ସହ ଓସିଏ ଟିମ ପଠାଇ ଭିତିଭୂମି ଅନୁଧ୍ୟାନ କରାଇବାକୁ ଓଡ଼ିଶା କ୍ରିକେଟ ଆସୋସିଏସନର ସଂପାଦକ ସଂଜୟ ବେହେରା ଙ୍କୁ ପରାମର୍ଶ ଦେଇଥିଲେ । ଏହି ଟିମ ନୂତନ ଷ୍ଟାଡିୟମର ମୃତିକା ପରୀକ୍ଷା ବ୍ୟବସ୍ଥା ସାଂଗକୁ ଅନ୍ୟାନ୍ୟ ଆନୁସଂଗିକ ସୁବିଧା ସୁଯୋଗର ଅନୁଧ୍ୟାନ କରାଯିବ । ଏହି ଷ୍ଟାଡିୟମର ପରିଚାଳନା ନେଇ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷ ରୁ ଜିଲ୍ଳାପାଳ ସରୋଜ କୁମାର ସାମଲ ଓଡ଼ିଶା କ୍ରିକେଟ ଆସୋସିଏସନ ଓ ଓଡିଶା ହକି ଆସୋସିଏସନ ର ଆଡହକ କମିଟିର ମୁଖ୍ୟ ଡଃ ଦିର୍ଲିପ କୁମାର ର୍ତୀକି ଙ୍କ ର ଦୃଷ୍ଟି ଆକର୍ଷଣ କରି ସାରିଛି । ଆଗକୁ ରାଜ୍ୟ ଏବଂ ଜାତୀୟ ସ୍ତରର କ୍ରୀଡ଼ା , ହକି, ଫୁଟବଲ ଇଭେଂଟ୍ ର ଆୟୋଜନ ନେଇ ଭିତିଭୂମିର ବିକାଶ କରାଯିବାକୁ ସବୁ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି ।
