ବଡ଼ ଘୋଷଣା : ଆଇପିଏଲରେ ‘ଲକ୍ଷ୍ନୌ ସୁପର ଜାଏଣ୍ଟସ୍’ ନାଁ ସହିତ ମୈଦାନକୁ ଓହ୍ଲାଇବ ଟିମ୍ ଲକ୍ଷ୍ନୌ
ଲକ୍ଷ୍ନୌ : ଆଇପିଏଲ୍ ୨୦୨୨ ବଡ ଧମାକାଦାର ହେବାକୁ ଯାଉଛି, କାରଣ ଏହି ସଂସ୍କରଣରେ ୮ ନୁହେଁ ୧୦ ଟି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ଦୁଇ ଦଳର ନାମ ଲକ୍ଷ୍ନୌ ଏବଂ ଅହମ୍ମଦାବାଦର ନାମକରଣ କରାଯାଇଥିଲା। କିନ୍ତୁ ଆଇପିଏଲରେ ପ୍ରତ୍ୟେକ ଦଳର ଭିନ୍ନ ନାମ ଅଛି ଏବଂ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଯେ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଦଳ କେଉଁ ନାମରେ ଆଇପିଏଲରେ ପ୍ରବେଶ କରିବେ । ତେବେ ଲକ୍ଷ୍ନୌ ଟିମ୍ ଏହାର ନାମ ଘୋଷଣା କରି ଆଇପିଏଲ ଫ୍ୟାନ୍ସଙ୍କ ଅପେକ୍ଷାକୁ ସମାପ୍ତ କରିଛି।
ଆଇପିଏଲର ଦୁଇ ନୂଆ ଦଳ ମଧ୍ୟରୁ ଅନ୍ୟତମ ଲକ୍ଷ୍ନୌ ଫ୍ରାଞ୍ଚାଇଜର ନାମକରଣ ହୋଇଛି । ଏହି ଟିମ୍ ‘ଲକ୍ଷ୍ନୌ ସୁପର ଜାଏଣ୍ଟସ୍’ ଭାବେ ନାମିତ ହୋଇଛି । ଫ୍ରାଞ୍ଚାଇଜର ମାଲିକ ଏହା ଘୋଷଣା କରିଛନ୍ତି । ପ୍ରଶଂସକମାନେ ଏହି ନାମ ବାଛିଛନ୍ତି । ଜଣାଣୁଣା ଉଦ୍ୟୋଗପତି ସଞ୍ଜୀବ ଗୋଏଙ୍କାଙ୍କ ଆରପିଏସଜି ଗ୍ରୁପ୍ ହେଉଛି ଲକ୍ଷ୍ନୌ ଦଳର ମାଲିକ । ଏହି ନୂଆ ଦଳର ନାମ କଣ ରଖାଯିବା ସେନେଇ ଏହି ଫ୍ରାଞ୍ଚାଇଜ୍ ପକ୍ଷରୁ ପ୍ରଶଂସକଙ୍କ ମତାମତ ଗ୍ରହଣ କରାଯାଇଥିଲା । ଏଥିପାଇଁ ସୋସିଆଲ ମିଡ଼ିଆରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ପକ୍ଷରୁ ‘ନାମ ବନାଓ ନାମ କମାଓ’ ନାମକ ଏକ ଅଭିଯାନ ଆରମ୍ଭ ହୋଇଥିଲା । ଆଜି ଏକ ଭିଡିଓ ମେସେଜ୍ ଜରିଆରେ ସଞ୍ଜୀବ ଗୋଏଙ୍କା ଦଳର ନାମ ଘୋଷଣା କରିଛନ୍ତି । ଗୋଏଙ୍କା କହିଛନ୍ତି, ଲକ୍ଷ ଲକ୍ଷ ପ୍ରଶଂସକ ଆମ ଦଳର ନାମକରଣ ପାଇଁ ନିଜର ପ୍ରସ୍ତାବ ଦେଇଥିଲେ । ଏହାକୁ ଭିତ୍ତି କରି ଆମେ ଅତ୍ୟନ୍ତ ଖୁସିର ସହ ଲକ୍ଷ୍ନୌ ଟିମର ଏକ ନାଁ ବାଛିଛୁ । ପ୍ରଶଂସକ ମାନଙ୍କ ସୁପାରିସ ଅନୁଯାୟୀ ଲକ୍ଷ୍ନୌ ଦଳ ‘ଲକ୍ଷ୍ନୌ ସୁପର ଜାଏଣ୍ଟସ୍’ ଭାବେ ଜଣାଯିବ ବୋଲି ଗୋଏଙ୍କା କହିଛନ୍ତି । ଏଥିସହ ସେ ପ୍ରଶଂସକ ମାନଙ୍କୁ ସେମାନଙ୍କ ମତାମତ, ଭଲ ପାଇବା ଲାଗି ଧନ୍ୟବାଦ ଜଣାଇଛନ୍ତି ଏବଂ ଭବିଷ୍ୟତରେ ଟିମ୍ ଉପରେ ଆଶୀର୍ବାଦ ବର୍ଷା କରିବାକୁ ଅପିଲ କରିଛନ୍ତି । ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ନିଜ ଦଳର ନାମ ସ୍ଥିର କରିବାକୁ ଜାନୁୟାରୀ ୩ରେ ସୋସିଆଲ ମିଡ଼ିଆରେ ‘ନାମ ବନାଓ ନାମ କମାଓ’ ନାମକ ଏକ ଅଭିଯାନ ଆରମ୍ଭ କରିଥିଲେ । ଦଳର ନାଁ କଣ ହେବ ସେନେଇ ମତ ଓ ପ୍ରସ୍ତାବ ଦେବାକୁ ପ୍ରଶଂସକମାନଙ୍କୁ କୁହାଯାଇଥିଲା ।
ମ ନିଜର ଅଧିନାୟକ ଘୋଷଣା କରିସାରିଛନ୍ତି । ଆଇପିଏଲ୍ ୨୦୨୨ ରେ କେ.ଏଲ୍ ରାହୁଲ ଅଧିନାୟକ ହେବେ। ଲକ୍ଷ୍ନୌ ଟିମ୍ ରାହୁଲଙ୍କୁ ୧୭ କୋଟି ଟଙ୍କା ଦେଇ ରାହୁଲଙ୍କୁ ତାଙ୍କ ଦଳରେ ଅନ୍ତର୍ଭୁକ୍ତ କରିଛି । ଏହାପୂର୍ବରୁ ଏହି ଖେଳାଳି ପଞ୍ଜାବ କିଙ୍ଗ୍ସର ଅଧିନାୟକ ଥିଲେ । କେବଳ ଏତିକି ନୁହେଁ ରାହୁଲ ମଧ୍ୟ ଏହି ଲିଗର ସବୁଠାରୁ ଦାମୀ ଖେଳାଳି ହୋଇଥିଲେ। ତେବେ ଅଧିନାୟକ ଭାବରେ ରାହୁଲଙ୍କ ରେକର୍ଡ ବିଶେଷ କିଛି ସଫଳତା ଦେଇନାହିଁ। ଏହି ଖେଳାଳି ପଞ୍ଜାବକୁ ପ୍ରତ୍ୟେକ ଟି ମ୍ୟାଚରେ ପ୍ଲେ ଅଫରେ ନେବାକୁ ବିଫଳ ହୋଇଛନ୍ତି। ପ୍ରକୃତରେ ଏକ ନୂଆ ଖବର ସାମ୍ନାକୁ ଆସିଛି ଯେ, ଆଇପିଏଲର ମେଗା ନିଲାମୀ ପ୍ରକ୍ରିୟା ୧୧, ୧୨ ଓ ୧୩ ଫେବ୍ରୁଆରୀ ରେ ହେବାକୁ ଯାଉଛି । ମିଡିଆ ରିପୋର୍ଟସ ଅନୁସାରେ, ନିଜେ ବିସିସିଆଇ କୌଣସି ଏକ ସୂତ୍ର ଆଧାରରେ ଏହି କଥାକୁ ସ୍ପଷ୍ଟ କରିଛି।
