ଟିମ୍ ଇଣ୍ଡିଆ ୩ଟି ପରିବର୍ତ୍ତନ ସହ ଖେଳିବ ତୃତୀୟ ଟି-୨୦, ଏହି ୨୯ ବର୍ଷୀୟ ଖେଳାଳିଙ୍କ ଡେବ୍ୟୁ ହେବା ନିଶ୍ଚିତ!
ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ୍ ବୁଧବାର, ୨୩ ଅଗଷ୍ଟ ଡବଲିନ୍ ସ୍ଥିତ ଦି ଭିଲେଜରେ ଖେଳାଯିବ । ପ୍ରଥମ ଦୁଇଟି ଟି-୨୦ ରେ ଜିତିଥିବା ଟିମ୍ ଇଣ୍ଡିଆ ଏକ କ୍ଲିନ୍ ସ୍ୱିପ୍ ଉଦ୍ଦେଶ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ । ତେବେ ଅଧିନାୟକ ଜସପ୍ରୀତ ବୁମ୍ରା ତୃତୀୟ ଟି-୨୦ ରେ ପ୍ଲେଇଂ ଇଲେଭେନରେ ବେଞ୍ଚରେ ବସିଥିବା କିଛି ଖେଳାଳିଙ୍କୁ ସୁଯୋଗ ଦେଇପାରିନ୍ତି ।
ରିପୋର୍ଟ ଅନୁଯାୟୀ, ୨୯ ବର୍ଷୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜିତେଶ ଶର୍ମାଙ୍କୁ ତୃତୀୟ ଟି-୨୦ ରେ ଡେବ୍ୟୁ କରିବାର ସୁଯୋଗ ଦିଆଯାଇପାରେ । ସେ ଦଳରେ ସଞ୍ଜୁ ସାମସନଙ୍କ ବଦଳରେ ଖେଳି ପାରିନ୍ତି । ଏହା ବ୍ୟତୀତ ଶାହବାଜ ଅହମ୍ମଦ ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନର୍ ସ୍ଥାନ ପାଇପାରିନ୍ତି । ଫାଷ୍ଟ ବୋଲିଂ ବିଭାଗରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ପ୍ରସିଦ୍ଧ କ୍ରୀଷ୍ଣା କିମ୍ବା ଅର୍ଶଦୀପଙ୍କୁ ବିଶ୍ରାମ ଦେଇ ମୁକେଶ କୁମାରଙ୍କୁ ମଧ୍ୟ ଏକ ସୁଯୋଗ ଦିଆଯାଇପାରେ ।
ତୃତୀୟ ଟି-୨୦ ପାଇଁ ବାମହାତୀ ସ୍ପିନର ଶାହବାଜ ଅହମ୍ମଦଙ୍କୁ ଦଳରେ ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ସୁଯୋଗ ଦିଆଯାଇପାରେ । ଶାହାବାଜ ବୋଲିଂ ସହିତ ମଧ୍ୟ ବ୍ୟାଟିଂ କରିପାରିବେ । ଏଥି ସହିତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚମତ୍କାର ବୋଲିଂ କରିଥିବା ମୁକେଶ କୁମାର ମଧ୍ୟ ତୃତୀୟ ଟି-୨୦ରେ ପ୍ଲେଇଂ ଇଲେଭେନରେ ଅଂଶ ହୋଇପାରନ୍ତି । ତେବେ ଆବେଶ ଖାନ ମଧ୍ୟ ବେଞ୍ଚରେ ବସିଛନ୍ତି । ଏବେ ଏହା ମଧ୍ୟ ଦେଖିବାକୁ ବାକି ଯେ ତାଙ୍କୁ ମଧ୍ୟ ସୁଯୋଗ ଦିଆଯିବ କି ନାହିଁ ।
ତୃତୀୟ ଟି-୨୦ ରେ ଭାରତର ସାମ୍ଭାବ୍ୟ ପ୍ଲେଇଂ ଇଲେଭେନ୍- ଯଶସ୍ୱୀ ଜୈସୱାଲ, ରିତୁରାଜ ଗାଇକୱାଡ, ତିଲକ ଭର୍ମା, ଜିତେଶ ଶର୍ମା, ଶିବମ ଦୁବେ, ରିଙ୍କୁ ସିଂ, ଶାହବାଜ ଅହମ୍ମଦ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍ରା ଓ ମୁକେଶ କୁମାର ।
ଆୟର୍ଲାଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆ – ଯଶସ୍ୱୀ ଜୈ ସୱାଲ, ରୁତୁରାଜ ଗାଇକୱାଡ, ତିଲକ ଭର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର), ରିଙ୍କୁ ସିଂ, ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ପ୍ରସିଦ୍ଧ କ୍ରୀଷ୍ଣା, ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍ରା (କ୍ୟାପଟେନ), ରବି ବିଷ୍ଣୋଇ, ମୁକେଶ କୁମାର, ଶାହାବାଜ ଅହମ୍ମଦ, ଜିତେଶ ଶର୍ମା ଓ ଆବେଶ ଖାନ ।
