ତରାପୁର ଉପ୍ରା ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ତରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାକ୍ତନ ଶିକ୍ଷକ ବାନାମ୍ବର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମଣ୍ଡଳ ଶିକ୍ଷା ଅଧିକାରୀ ପାବନୀ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସମୟର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବା ସହ ସତ୍ୟବାଦିତା ଦ୍ୱାରା ପ୍ରତ୍ୟେକ ଜିନିଷ କିପରି ପ୍ରାପ୍ତ କରାଯାଇ ପାରିବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ସମାଜସେବୀ ପୁରୁଷୋତ୍ତମ ସାହୁ, ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ସରପଞ୍ଚ ତନୁଜା ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସୁନାମଣୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ବୀତରଣ କରିଥିଲେ । ଏହି ଅବସରରେ ପଦୋନ୍ନତି ପାଇ ବଦଳି ହୋଇଥିବା ଶିକ୍ଷୟିତ୍ରୀ ପ୍ରମିଳା ତ୍ରିପାଠୀ, ରେଣୁକା ବାରିକ, ସବିତା ମଲ୍ଲିକ, ଗୀତାଶ୍ରୀ ନାୟକ ଓ ଦେବବ୍ରତ ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶିକ୍ଷକ ବୀରବର ଦାସ ଓ ଶିକ୍ଷୟିତ୍ରୀ ପ୍ରାତଃସ୍ମିତା ବେହୁରା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
