ହୋଲିରେ ଆପଣାନ୍ତୁ ଏହି ବାସ୍ତୁ ଉପାୟ, ଦୂର ହେବ ଘରର ବାସ୍ତୁ ଦୋଷ
ଦିନ କେଇଟା ପରେ ଆସୁଛି ରଙ୍ଗ ଓ ଭାଇଚାରର ପର୍ବ ହୋଲି । ଶାସ୍ତ୍ର ଅନୁଯାୟୀ, ହୋଲି ଦିନ ଭଗବାନ ବିଷ୍ଣୁ, ଶ୍ରୀକୃଷ୍ଣ, ମାଆ ଲକ୍ଷ୍ମୀଙ୍କ ପୂଜା ପାଠ ସହ ଅବିର ଲଗାଇଗା ଦ୍ବାରା ସେମାନେ ପ୍ରସନ୍ନ ହୋଇଥାଆନ୍ତି । ସେହିପରି ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଉପାୟ କରିବା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।
ହୋଲି ଆଉ ମାତ୍ର କିଛି ଦିନ ବାକି ରହିଛି। ଏଥିପାଇଁ ଘର ପରସ୍କାର ରଖିବା ନିଶ୍ଚିନ୍ତ ଜରୁରୀ। ଘରେ ଥିବା ପୁରୁଣା ଜିନିଷ ବାହାର କରିଦିଅନ୍ତୁ। ଏପରି କରିବା ଦ୍ୱାରା ଦାରିଦ୍ର୍ୟତା ଦୂର ହେବା ସହ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ।
ଯଦି ଆପଣ ନିଜ ଘରେ ସର୍ବଦା ଖୁସି ଲାଗିରହିବା ପାଇଁ ଚାହୁଁଛନ୍ତି ତେବେ ଆପଣ ସର୍ବପ୍ରଥମେ ଘରର ମୁଖ୍ୟ ଠାକୁରଙ୍କୁ ରଙ୍ଗ ଲଗାନ୍ତୁ। ଏଥିସହ ଭଗବାନ ଗଣେଶଙ୍କୁ ଗୋଲାପୀ ରଙ୍ଗ ଅର୍ପଣ କରନ୍ତୁ। ଏହାପରେ ଘରର ବୟସ୍କ ଲୋକଙ୍କ ମଥାରେ ଗୋଲାପୀ ରଙ୍ଗ ଲଗାଇ ହୋଲି ଖେଳିବା ଆରମ୍ଭ କରନ୍ତୁ।
ଶାସ୍ତ୍ର ଅନୁଯାୟୀ ହୋଲି ଦିନ ଘରେ ମୋତି ଶଙ୍ଖ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ମାନ୍ୟତା ଅନୁଯାୟୀ ଘରକୁ ମୋତି ଶଙ୍ଖ ଆଣିବା ଦ୍ୱାରା ଜୀବନରେ ଧନ ବୃଦ୍ଧି ହୋଇଥାଏ।
ହୋଲି ଦିନ ଅବୀରରେ ରୂପାର କଏନ୍ ରଖିବା ଦ୍ୱାରା ମଧ୍ୟ ଜୀବନରେ ଧନର ବୃଦ୍ଧି ହୋଇଥାଏ। ଏହାବ୍ୟତୀତ ଅଟକି ରହିଥିବା ଟଙ୍କା ଏହି ଉପାୟରେ ଜଲଦି ମିଳିବାର ସମ୍ଭାବନା ରହିଥାଏ।
ଘରେ ବନାନ୍ତୁ ରଙ୍ଗୋଲି :
ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରର ପ୍ରବେଶ ଦ୍ୱାର, ଅଗଣା ଇତ୍ୟାଦିରେ ନାଲି, ହଳଦିଆ, ସବୁଜ, ଗୋଲାପୀ ରଙ୍ଗ ଏହି ରଙ୍ଗୋଲିରେ ପକାଇବା ଉଚିତ୍ । ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ଓ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।
ଘରେ ଲଗାନ୍ତୁ ଗଛ :
ଘରର ବାସ୍ତୁ ଦୋଷ ଦୂର କରିବା ସହ ସକରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ହୋଲି ଦିନ ଘର ଭିତରେ କିମ୍ବା ବାହାରେ ଗଛ ଲଗାନ୍ତୁ । ଏହା କରିବା ଦ୍ୱାରା ଘରେ ସୁଖ ସବୃଦ୍ଧି ବୃଦ୍ଧି ପାଇଥାଏ ।
ଘରେ ଲଗାନ୍ତୁ ଏହି ଫଟୋ :
ବ୍ୟବସାୟରେ ଅଗ୍ରଗତି ଓ ଅର୍ଥ ଲାଭ ପାଇଁ, ଅଫିସ୍ କିମ୍ବା ଘରର ପୂର୍ବରେ ସୂର୍ଯ୍ୟ ଉଦୟ ହେବାର ଫଟୋ ଲଗାନ୍ତୁ । ଏପରି କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ଓ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ ।
ଗଣେଶଙ୍କୁ ଅର୍ପଣ କରନ୍ତୁ ଭୋଗ :
ହୋଲି ଦିନ ଭଗବାନ ଗଣେଶଙ୍କୁ ପୂଜା କରିବା ସହ ତାଙ୍କ ନିକଟରେ ଅବିର ଓ ତାଙ୍କ ପ୍ରିୟ ମୋଦକ ଲଡୁ ଭୋଗ ଲଗାନ୍ତୁ । ଏହାଦ୍ବାରା ଗଣେଶଙ୍କ କୃପା ଲାଭ ହୋଇଥାଏ ।
