ସ୍କୁଲ ଗେଟ ସାମ୍ନାରେ ହିଜାବ ବାହାର କର, ଭିଡିଓ ହେଉଛି ଭାଇରାଲ….
ବେଙ୍ଗାଲୁରୁ : କର୍ଣ୍ଣାଟକର ଏକ ସ୍କୁଲ ବାହାରେ ହିଜାବ ବାହାରି କରି ପ୍ରବେଶ କରିବାକୁ କହିଲେ ଶିକ୍ଷୟତ୍ରୀ । ନହେଲେ ସ୍କୁଲ ମନା ବୋଲି ରୋକଠୋକ ଶୁଣାଇଛନ୍ତି । ଏହି ବିବାଦ ଭିତରେ ଏବେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ଏକ ସରକାରୀ ସ୍କୁଲରେ ଛାତ୍ରୀମାନଙ୍କୁ ସୋମବାର ସ୍କୁଲ ପରିସରରେ ପ୍ରବେଶ କରିବା ପୂର୍ବରୁ ହିଜାବ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
#WATCH | K'taka: Argument b/w parents & a teacher outside Rotary School in Mandya as she asked students to take off hijab before entering campus
— ANI (@ANI) February 14, 2022
A parent says,"Requesting to allow students in classroom, hijab can be taken off after that but they're not allowing entry with hijab" pic.twitter.com/0VS57tpAw0
ଦୁଇ ଜଣ ନବମ ଶ୍ରେଣୀ ଛାତ୍ରୀ ଜଣକ ଯେତେବେଳେ ହିଜାବ ପିନ୍ଧି ନିଜ ବାପା-ମା’ଙ୍କ ସହ ସ୍କୁଲ ଗେଟ୍ ପାଖକୁ ଆସୁଛନ୍ତି ସେତେବେଳେ ଶିକ୍ଷୟିତ୍ରୀ ଜଣକ ତାଙ୍କୁ ଅଟକାଇ ଦେଉଛନ୍ତି। ଛାତ୍ରୀଙ୍କୁ ହିଜାବ ହଟାଇବା ପାଇଁ କହୁଛନ୍ତି। ଏହାକୁ ନେଇ ଉଭୟ ଶିକ୍ଷୟିତ୍ରୀ ଏବଂ ଛାତ୍ରୀଙ୍କ ବାପା-ମା’ଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହେଉଛି। ପରେ ବାଧ୍ୟ ହୋଇ ଛାତ୍ରୀ ଜଣକ ନିଜ ମୁଣ୍ଡରୁ ହିଜାବ ହଟାଇ ସ୍କୁଲ ଭିତରେ ପ୍ରବେଶ କରୁଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କର୍ଣ୍ଣାଟକର ମାଣ୍ଡିଆ ଜିଲ୍ଲାର ଏକ ସରକାରୀ ସହାୟକ ବିଦ୍ୟାଳୟର ବାଳିକା ଛାତ୍ରମାନଙ୍କୁ ସୋମବାର ସ୍କୁଲ ପରିସରରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ହିଜାବ ହଟାଇବାକୁ କୁହାଯାଇଥିଲା। ସୂଚନା ମୁତାବକ, ହିଜାବକୁ ନେଇ ଲାଗିରହିଥିବା ବିବାଦ ଭିତରେ ଗତ ସପ୍ତାହରେ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶରେ କହିଥିଲେ ଯେ ଶିକ୍ଷାନୁଷ୍ଠାନଗୁଡ଼ିକ ପୁନଃ ଖୋଲିପାରିବ, କିନ୍ତୁ ଧର୍ମ ସହ ଜଡିତ ପୋଷାକକୁ ଅନୁମତି ଦିଆଯିବ ନାହିଁ।
ଉଲ୍ଲେଖ ଯୋଗ୍ୟ ଯେ ହିଜାବ ବିବାଦ ପରେ ବନ୍ଦ ହୋଇଥିବା ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ଆଜି ପୁଣି ଖୋଲିଛି। ତେବେ ଏକାଦଶ ଏବଂ ଦ୍ୱାଦଶର ସ୍କୁଲଗୁଡ଼ିକ ବୁଧବାର ପର୍ଯ୍ୟନ୍ତ ବନ୍ଦ ରହିଛି। ହିଜାବ ମାମଲା ସମ୍ପର୍କରେ ହାଇକୋର୍ଟରେ ଶୁଣାଣି ମଧ୍ୟ ଚାଲିଛି। କର୍ଣ୍ଣାଟକ ରାଜ୍ୟ ସରକାରଙ୍କ ଦ୍ୱାରା ଗତ ସପ୍ତାହରେ ଶାନ୍ତି ଏବଂ ସଦ୍ଭାବ ବଜାୟ ରଖିବା ଉଦ୍ଦେଶ୍ୟରେ ସ୍କୁଲ କଲେଜଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ଶିକ୍ଷାନୁଷ୍ଠାନ ପରିସରରେ ୧୪୪ ଧାରା ମଧ୍ୟ ଲାଗୁ ହୋଇଥିଲା।
