ଟି-୨୦ ବିଶ୍ୱକପ୍ : ଅଷ୍ଟ୍ରେଲିଆକୁ ୧୧୯ରନର ବିଜୟ ଲକ୍ଷ୍ୟ ଦେଲା ଦକ୍ଷିଣ ଆଫ୍ରିକା
ଆବୁଧାବି : ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲା ଆରମ୍ଭ ହୋଇଛି। ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମ ଠାରେ ଶନିବାର ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ । ଏଥିରେ ଟସ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ପାଇଁ ଆସିଥିଲା । ମାତ୍ର ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଅଷ୍ଟ୍ରେଲିଆ ଆଗରେ ମାତ୍ର ୧୧୯ ରନର ବିଜୟ ଲକ୍ଷ୍ୟ ରଖିଛି ।
ଆଜି ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଆଇଡେନ ମାରକାମଙ୍କ ବ୍ୟତୀତ ଦଳର କୌଣସି ବ୍ୟାଟ୍ସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ମାରକାମ ସର୍ବାଧିକ ୪୦ ରନ କରିଥିଲେ । କିନ୍ତୁ ସେ ଆଉଟ ହେବା ପରେ ଦଳ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୧୮ ରନ ହିଁ କରିପାରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ଜସ ହାଜେଲଉଡ୍ ଓ ଆଡାମ ଜାମ୍ପା ୨ ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
