ଟି-୨୦ ବିଶ୍ୱକପ୍ : ବାଂଲାଦେଶ ବିପକ୍ଷରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା
ଆବୁଧାବି : ଆବୁଧାବି ଠାରେ ମଙ୍ଗଳବାର ଟି୨୦ ବିଶ୍ୱକପ୍ ଗ୍ରୁପ-୧ର ଏକ ମ୍ୟାଚରେ ଦକ୍ଷିଣ-ଆଫ୍ରିକା ଓ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବ । ଏହି ମ୍ୟାଚ ପାଇଁ ଦକ୍ଷିଣ ଆଫ୍ରିକା ଦଳରେ କୌଣସି ପରିବର୍ତ୍ତନ ହୋଇ ନଥିବା ବେଳେ ଶ୍ରୀଲଙ୍କା ଦଳରେ ସାକିବୁଲ ହସନ ଓ ମୁସ୍ତାଫିଜୁର ଖେଳୁନାହାନ୍ତି ।
ସେମି ଫାଇନାଲ ଦୌଡ଼ରେ ରହିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ଏହି ମ୍ୟାଚ ଜିତିବାକୁ ପଡ଼ିବ । ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ହାସଲ କରିଛି ଓ ୪ ପଏଣ୍ଟ ପାଇଛି । ଦଳର ନେଟ୍ ରନରେଟ୍ ଅଷ୍ଟ୍ରେଲିଆଠାରୁ ଭଲ ଥିବାରୁ ଏହି ମ୍ୟାଚରେ ବିଜୟ ହାସଲ କଲେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଦୌଡ଼ରେ ସୁବିଧାଜନକ ସ୍ଥିତିରେ ରହିବ । ଅନ୍ୟପକ୍ଷରେ ବାଂଲାଦେଶର ନୈରାଶ୍ୟଜନକ ଖେଳ ଜାରି ରହିଛି । ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳିଥିବାବେଳେ ଗୋଟିଏ ମ୍ୟାଚ ବି ଜିତିପାରିନାହିଁ । ଫଳରେ ଗ୍ରୁପ-୧ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି ବାଂଲାଦେଶ ଦଳ ।
